ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ ଏବେ ମହାରାଷ୍ଟ୍ର ପକ୍ଷରୁ ରଣଜୀ ଟ୍ରଫି ଖେଳୁଛନ୍ତି । ଏହା ମଧ୍ୟରେ ତାଙ୍କ ନୂତନ ଗାର୍ଲଫ୍ରେଣ୍ଡଙ୍କୁ ନେଇ ପୂନର୍ବାର ଆଲୋଚନା ଜୋର ଧରିଛି । ପୃଥ୍ୱୀ ଏବେ ଆକୃତି ଅଗ୍ରୱାଲଙ୍କ ପ୍ରେମରେ ପଡିଛନ୍ତି । ଅବଶ୍ୟ ଏହା ଉଭୟ ବିଧିବଦ୍ଧ ଭାବେ କୌଣସି ସ୍ଥାନରେ ସ୍ୱୀକାର କରି ନାହାନ୍ତି । ଆକୃତି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ଚେହେରା । ତାଙ୍କର ଇନଷ୍ଟାଗ୍ରାମରେ ୩.୨ ମିଲିୟନ ସବସ୍କ୍ରାଇବର୍ସ ଅଛନ୍ତି । ମୁମ୍ବାଇରେ ଏକ ହୋଟେଲରୁ ପୃଥ୍ୱୀ ଓ ଆକୃତି ଏକତ୍ର ଆସୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଭାଇରାଲ ହୋଇଥିଲା । ଆକୃତି ଏହା ପରେ ଷ୍ଟାର ପାଲଟି ଯାଇଥିଲେ । ଏବେ ତାଙ୍କୁ ତ୍ରିମୁଖା ନାମକ ଏକ ଫିଲ୍ମ ମଧ୍ୟ ମିଳିଛି ।
ଚଳିତ ବର୍ଷ ଉଭୟ ଗଣେଷ ପୂଜା ଏକତ୍ର ପାଳନ କରିଥିଲେ । ପୂର୍ବରୁ ଅଭିନେତ୍ରୀ ନିଧି ତାପଡିଆଙ୍କ ସହ ପୃଥ୍ୱୀଙ୍କ ନାମ ଯୋଡା ଯାଇଥିଲା । ତେବେ ପରେ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ନଥିଲା । ପୃଥ୍ୱୀଙ୍କ କ୍ରିକେଟ କ୍ୟାରିୟର ରସାତଳକୁ ଯିବା ପରେ ସେ ଏବେ ଏ ନେଇ ଯତ୍ନବାନ ହୋଇଛନ୍ତି । ମୁମ୍ବାଇ ଛାଡି ସେ ମହାରାଷ୍ଟ୍ର ପକ୍ଷରୁ ରଣଜୀ ଖେଳୁଛନ୍ତି । ସେ ଶତକ ମାରି ଜବରଦସ୍ତ ପ୍ରତ୍ୟାବର୍ତନ କରିଛନ୍ତି ।
Comments are closed.