Latest Odisha News

ଅର୍ଚ୍ଚନାଙ୍କ ପଛରେ କିଏ ସେ ଅଦୃଶ୍ୟ ଶକ୍ତି ?

ଭୁବନେଶ୍ୱର: କାହା ସାହାଯ୍ୟରେ ବଢ଼ୁଥିଲା ଅର୍ଚ୍ଚନାଙ୍କ ପ୍ରତିପତ୍ତି ? ବ୍ଲାକମେଲର ଅର୍ଚ୍ଚନା ଗିରଫ ପରେ ଖୋଲୁଛି ଗୁମର । ଭୁବନେଶ୍ୱର ସତ୍ୟ ବିହାରରେ ଅର୍ଚ୍ଚନାଙ୍କ ରହିଛି ଆଲିସାନ୍ ବଙ୍ଗଳା । ଚର୍ଚ୍ଚା ହେଉଛି, ଏହି ବିଶାଳ ଅଟ୍ଟାଳିକା ପାଇଁ ଅର୍ଚ୍ଚନାଙ୍କୁ ଜାଗାଠୁ ନେଇ ଅର୍ଥ ସବୁକିଛି ଯୋଗାଇ ଦେଇଛନ୍ତି ଜଣେ ବାହୁବଳି ନେତା ।

ନେତା ଜଣଙ୍କର ଛତ୍ରଛାୟା ତଳେ ଅର୍ଚ୍ଚନା ଅଟ୍ଟାଳିକା ଗଢ଼ିଥିବା ବେଳେ ଗରିବୀରୁ ଗ୍ଲାମର, ବ୍ଲାକମେଲିଂ ଜରିଆରେ ସମ୍ଭବ ହୋଇଛି । ମାତ୍ର ୫ରୁ ୬ ବର୍ଷ ମଧ୍ୟରେ ପତିପତ୍ନୀ କୋଟିପତି ହେବା ସହ ସାମ୍ରାଜ୍ୟ ବଢ଼ାଇ ଚାଲିଛନ୍ତି । ଅର୍ଚ୍ଚନାଙ୍କ ବେଡରୁମରେ ବ୍ଲାକମେଲିଂର ଶିକାର ଅନେକ ବିଶିଷ୍ଟ ବ୍ୟକ୍ତି ହୋଇଥିବା ବେଳେ କେହି ଇଜ୍ଜତ ଭୟରେ ମୁହଁ ଖୋଲୁ ନଥିବା କୁହା ଯାଉଛି ।

ତେବେ ଅର୍ଚ୍ଚନା କାହାକୁ ବ୍ଲାକମେଲିଂ କରୁଥିଲେ ? କାହାଠୁ ବ୍ଲାକମେଲିଂ କରି କେତେ ଟଙ୍କା ନେଇଛନ୍ତି ସେନେଇ ପୋଲିସ କିଛି ସୂଚନା ଦେଇନାହିଁ । କୁହାଯାଉଛି, ଅର୍ଚ୍ଚନାଙ୍କ ଅଦୃଶ୍ୟ ସାମ୍ରାଜ୍ୟ ପଛରେ ଅଛନ୍ତି ଜଣେ ବାହୁବଳି ନେତା । ଏବେ ଅର୍ଚ୍ଚନା ଗିରଫ ପରେ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଫେରାର୍ ଅଛନ୍ତି ।

ତେବେ ଅର୍ଚ୍ଚନାଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଆସୁଥିବା ସେ ନେତା ଜଣଙ୍କ କିଏ ? କଣ ସେହି ନେତା ଜଣଙ୍କ ମଧ୍ୟ ଅର୍ଚ୍ଚନାଙ୍କ ବ୍ଲାକମେଲିଂର ଶିକାର ହୋଇଛନ୍ତି କି ? ଏବେ ଏମିତି ଅନେକ ପ୍ରଶ୍ନ ଉଠୁଛି । ଲୋକ ଲଜ୍ଜା ଭୟରେ ଆଗରୁ ଅର୍ଚ୍ଚନାଙ୍କୁ ନେଇ ମୁହଁ ଖୋଲି ନଥିବା ଅନେକ ବିଶିଷ୍ଟ ବ୍ୟକ୍ତି ଏବେ ପୋଲିସର ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

Comments are closed.