ନୂଆଦିଲ୍ଲୀ:ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତିକି ସର୍ଗରମ୍ ହେଉଛି…ଭୋଟର ଅଧିକାର ଯାତ୍ରା ରାହୁଲ ଓ ତେଜସ୍ବୀଙ୍କୁ ସିନା ଫ୍ରଣ୍ଟଫୁଟ୍ରେ ରଖିଛି, ହେଲେ ଇଣ୍ଡିଆ ବ୍ଲକ୍ର ଦଳଗୁଡ଼ିକ ଭିତରେ ସିଟ୍ ସେୟାରିଂକୁ ନେଇ ଆରମ୍ଭ ହୋଇଛି ଟଣାଓଟରା…ତେଜସ୍ବୀଙ୍କ ଘରେ ଘନଘନ ବୈଠକ ବସୁଥିବାବେଳେ ବାମଦଳ କରିଛନ୍ତି ବଡ଼ ଦାବି
ବିହାରରେ ବିରୋଧୀଙ୍କର କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ?…ଆସନ ବୁଝାମଣାକୁ ନେଇ କୋର୍ଡିନେସନ୍ କମିଟି ଅଧ୍ୟକ୍ଷ ତେଜସ୍ବୀ ଯାଦବଙ୍କ ବଙ୍ଗଳାରେ ବାରମ୍ବାର ବୈଠକ ବସୁଛି…ହେଲେ ସେମିତି ସନ୍ତୋଷଜନକ ଉତ୍ତର ମିଳି ପାରୁନି…ଏହାରି ଭିତରେ ଅଧିକ ସିଟ୍ ଡିମାଣ୍ଡ କରୁଥିବା ଦଳ ସଂଖ୍ୟା ବଢ଼ିବାରେ ଲାଗିଛି…ବାମଦଳ ୪୦ଟି ଆସନ ପାଇଁ ଦାବି କରିଛି…ଇଣ୍ଡିଆ ବ୍ଲକ୍ ବୈଠକରେ ସ୍ପଷ୍ଟ ଭାବେ ଏଭଳି ଦାବି କରିଛି ବାମ ଦଳ…ଏହାସହ ଯଦି ଦାବି ପୂରଣ ନହୁଏ, ତେବେ CPI-ML ଏକାକୀ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ଚେତାବନୀ ଦେଇଥିବା କୁହାଯାଉଛି…
CPI-ML ୪୦ଟି ଆସନ ପାଇଁ ଦାବି କରିଛି…ସେପଟେ ସିପିଆଇ ଓ ସିପିଆଇଏମ୍ ମଧ୍ୟ ସ୍ପଷ୍ଟ ଭାବେ କହିଛି ଯେ, ଗତଥର ଅପେକ୍ଷ ଏଥର ଅଧିକ ଆସନ ଦରକାର…୨୦୨୦ରେ ମେଣ୍ଟରେ ବାମ ଦଳକୁ ୨୯ ଆସନ ମିଳିଥିଲା…ସିପିଆଇଏମ୍ଏଲ୍ ୧୯ଟି ଆସନ ପାଇଥିଲା, ସେଥିରୁ ଦଳ ଜିତିଥିଲା ୧୨ଟି ଆସନ…ସିପିଆଇ ୬ଟି ଆସନରୁ ୨ଟି ଜିତିଥିଲା ଏବଂ ସିପିଆଇଏମ୍ ୪ଟି ଆସନରୁ ଜିତିଥିଲା ୨ଟି ଆସନ…ସେଥିପାଇଁ ଷ୍ଟ୍ରାଇକ୍ ରେଟ୍ ଦମ୍ ଦେଖାଇ ବାମ ଦଳଗୁଡ଼ିକ ନିଜର ଦାବି ଜଣାଇଛନ୍ତି.
ବିହାର ନିର୍ବାଚନ ଜିତିବା ପାଇଁ ଏଥର କଳେବଳେ କୌଶଳେ ଉଦ୍ୟମ କରୁଛନ୍ତି ବିରୋଧୀ…ରାହୁଲ ଗାନ୍ଧି ଓ ତେଜସ୍ବୀ ଯାଦବଙ୍କ ଭୋଟର ଅଧିକାର ଯାତ୍ରା ଉଭୟଙ୍କୁ ଫ୍ରଣ୍ଟଫୁଟ୍ରେ ରଖିଛି…ଇଣ୍ଡିଆ ବ୍ଲକ୍ର ଦଳଗୁଡ଼ିକ ଭିତରେ ଉତ୍ତମ ସମନ୍ବୟ ରଖିବା ପାଇଁ ତେଜସ୍ବୀ ଯାଦବଙ୍କୁ ଦାୟିତ୍ବ ଦିଆଯାଇଛି…ସେଥିପାଇଁ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ହେଉ କି ଆସନ୍ତା ୧୫ ତାରିଖରେ ବିହାରରେ ବିରୋଧୀ ମେଣ୍ଟର ବୈଠକ, ଇଣ୍ଡିଆ ବ୍ଲକ୍ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ…ଏନ୍ଡିଏକୁ ହଟାଇବାକୁ ବିରୋଧୀ ଯେଉଁ ପ୍ରୟାସ କରୁଛନ୍ତି, ସେଥିପାଇଁ ଏକତା ରହିବା ନିହାତି ଜରୁରୀ…ନଚେତ୍ ଇଣ୍ଡିଆ ବ୍ଲକ୍ ଯଦି ହମ୍ ସାଥ୍ ସାଥ୍ ହୈ ବଦଳରେ ହମ୍ ଆପ୍କେ ହୈ କୌନ୍ ଭଳି ଆଟିଟ୍ୟୁଡ୍ରେ ଚାଲିବ, ତେବେ ଏନ୍ଡିଏକୁ ହରାଇବା ଆକାଶ କଇଁଆ ଚିଲିକା ମାଛ ଭଳି ହୋଇଯିବ…
Comments are closed.