Latest Odisha News

BREAKING NEWS

ମହାକୁମ୍ଭର ସୁନ୍ଦରୀ ସାଧ୍ବୀ ହର୍ଷା ରିଚାରିଆ, ପୂର୍ବରୁ କରୁଥିଲେ ଏହି କାମ… 

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଏହାରି ମଧ୍ୟରେ ଜଣେ ସାଧ୍ବୀ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଗ୍ଲାମର ଯୋଗୁଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଏହି ସାଧ୍ୱୀଙ୍କ ନାମ ହେଉଛି ହର୍ଷା ରିଚାରିଆ।

ପ୍ରାୟ ଦୁଇ ବର୍ଷ ପୂର୍ବେ ମଡେଲିଂ ଏବଂ ଅଭିନୟ ଛାଡି ନିରଞ୍ଜନୀ ଆଖଡ଼ାର ମୁଖ୍ୟ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସନନ୍ଦ ଗିରିଙ୍କଠାରୁ ଦୀକ୍ଷା ନେଇଥିଲେ।

ତେବେ ସାଧ୍ୱୀ ହର୍ଷା ରିଚାରିଆ ମୂଳତଃ ଉତ୍ତରାଖଣ୍ଡର। ସେ ମଡେଲିଂ ଏବଂ ଆଙ୍କରିଂ ଜଗତରେ ବହୁ ଖ୍ୟାତି ମଧ୍ଯ ଅର୍ଜନ କରିଛନ୍ତି। ତାଙ୍କର ଗ୍ଲାମରିୟସ୍ ଫଟୋ ଏବେ ବି ସୋସିଆଲ ମିଡିଆରେ ଦେଖିବାକୁ ମିଳିବ। ଅପରପକ୍ଷରେ ହର୍ଷ ରିଚାରିଆ ଦୁଇ ଦିନ ପୂର୍ବରୁ ତାଙ୍କ ଗୁରୁ ସ୍ୱାମୀ କୈଳାସନନ୍ଦଙ୍କ ଶିବିରରେ ପହଞ୍ଚିଥିଲେ। ଯାହା ପରେ ଲୋକମାନେ ତାଙ୍କର ପୁରୁଣା ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରିବା ଆରମ୍ଭ କରିଥିଲେ।

 

Comments are closed.