Latest Odisha News

କିଏ ସେ ତୁମ୍ବାଡ ଫିଲ୍ମର ଦେବତା ହସ୍ତର, କ’ଣ ତାଙ୍କ ଅସଲ କାହାଣୀ?

ମୁମ୍ବାଇ: ସୋହମ୍ ଶାହାଙ୍କ ଚଳଚ୍ଚିତ୍ର ତୁମ୍ବାଡ ୨୦୧୮ରେ ମୁକ୍ତିଲାଭ କରିଥିଲା, କିନ୍ତୁ ବର୍ତ୍ତମାନ ଏହାର ପୁନଃ ରିଲିଜ୍ ପରେ ଅଧିକ ଆଲୋଚନାର କେନ୍ଦ୍ର ପାଲଟିଛି । ଲୋକମାନେ ବିଶେଷ ଭାବରେ ଏହି ଚଳଚ୍ଚିତ୍ରର ହସ୍ତରଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହୁଛନ୍ତି । ତେବେ ଜାଣନ୍ତୁ ଏହି ଆର୍ଟିକିଲରେ ଫିଲ୍ମରେ ଦେଖାଯାଇଥିବା ଚରିତ୍ର ବାସ୍ତବ ନା ଏହା କେବଳ ଏକ କାଳ୍ପନିକ କାହାଣୀ ।

ତୁମ୍ବାଡ ଚଳଚ୍ଚିତ୍ରରେ ହସ୍ତରଙ୍କ ବିଷୟରେ କୁହାଯାଇଛି ଯେ, ସେ ହେଉଛନ୍ତି ଦେବତାଙ୍କର ସବୁଠାରୁ ପ୍ରିୟ ପୁତ୍ର ଯିଏ ସମସ୍ତ ଦେବୀ ଏବଂ ଦେବତାଙ୍କୁ ଜନ୍ମ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ହସ୍ତରଙ୍କୁ ପୁରାଣ ଦେବତା, ଧନ ଏବଂ ଶସ୍ୟର ଦେବତା ଭାବରେ ଉପସ୍ଥାପିତ କରାଯାଇଛି । ଚଳଚ୍ଚିତ୍ରର କାହାଣୀ ଅନୁଯାୟୀ, ହସ୍ତର ଜଣେ ଲୋଭୀ ଏବଂ ସ୍ୱାର୍ଥପର ଇଶ୍ୱର ଥିଲେ, ଯିଏ ତାଙ୍କ ଅଂଶ ଠାରୁ ଅଧିକ ଚାହୁଁଥିଲେ ।

ସେ ଦେବୀଙ୍କ ଭଣ୍ଡାରରୁ ସମସ୍ତ ସୁନା ନେଇଗଲେ ଏବଂ ତା’ପରେ ସମସ୍ତ ଶସ୍ୟ ମଧ୍ୟ ନେବାକୁ ଚାହିଁଲେ । କିନ୍ତୁ, ଅନ୍ୟ ଦେବତାମାନେ ତାଙ୍କୁ ଶସ୍ୟ ନେବାକୁ ଅନୁମତି ଦେଲେ ନାହିଁ । ତାଙ୍କୁ ଆକ୍ରମଣ କରିଥିଲେ । ପରେ ସେ ଖାଦ୍ୟ ଶସ୍ୟରୁ ବଞ୍ଚିତ ହୋଇଥିଲେ । ଏହା ବ୍ୟତୀତ ସେ ଧାର୍ମିକ ଗ୍ରନ୍ଥରୁ ଅଦୃଶ୍ୟ ହୋଇଯାଇଥିଲେ ଏବଂ ସମଗ୍ର ବିଶ୍ୱ ତାଙ୍କ ବିଷୟରେ ଭୁଲି ଯାଇଥିଲେ । ଫିଲ୍ମ ଅନୁଯାୟୀ, ହସ୍ତର ଏବେ ମଧ୍ୟ ତାଙ୍କ ମାତୃ ଗର୍ଭରେ ବନ୍ଦୀ ଅଛନ୍ତି ।

ପ୍ରାଚୀନ ଗ୍ରନ୍ଥ ଏବଂ ପୁରାଣରେ ହସ୍ତର ବିଷୟରେ କୌଣସି ଉଲ୍ଲେଖ ନାହିଁ । ଅର୍ଥାତ୍, ଫିଲ୍ମରେ ହସ୍ତରଙ୍କୁ ଯେଉଁ ଇଶ୍ୱରଙ୍କର ରୂପ ଦିଆଯାଇଛି ତାହା ସମ୍ପୂର୍ଣ୍ଣ କାଳ୍ପନିକ ଅଟେ । ତଥାପି, ଇଣ୍ଟରନେଟରେ ଫାଣ୍ଡମ ଡଟ୍ କମ୍ ନାମକ ଏକ ୱେବସାଇଟ୍ ଅଛି ଯେଉଁଥିରେ ଦେବତା ଏବଂ ଭୂତମାନଙ୍କ ବିଷୟରେ ସୂଚନା ଦିଆଯାଏ । ଏହା ଉପରେ ଦିଆଯାଇଥିବା ସୂଚନା ଅନୁଯାୟୀ, ହସ୍ତର ପ୍ରକୃତ ଥିଲା କିନ୍ତୁ, ଏହାର ହିନ୍ଦୁ ଧର୍ମ ସହିତ କୌଣସି ସମ୍ପର୍କ ନାହିଁ ।

ଏହି ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ହାସ୍ତର ଜଣେ ଭଲ ଇଶ୍ୱର ଥିଲେ, କିନ୍ତୁ କିଛି ଲୋକ ତାଙ୍କ ଭାବମୂର୍ତ୍ତିକୁ ଅପବିତ୍ର କରିଦେଇଥିଲେ, ସେ ମନୁଷ୍ୟ ମାନଙ୍କୁ ସାହାର୍ଯ୍ୟ କରିପାରିଲେନି ।

ହସ୍ତରଙ୍କ ବିଷୟରେ କୁହାଯାଇଛି ଯେ, ତାଙ୍କ ନାମ ନିଆଯିବା ଉଚିତ ନୁହେଁ, ତାଙ୍କ ନାମ ନେବା ବିନାଶର କାରଣ ହୋଇପାରେ । ଏଥି ସହିତ, ହସ୍ତର ର ରୂପ ବିଷୟରେ, ଏହି ୱେବସାଇଟରେ କୁହାଯାଇଥିଲା ଯେ ଏହାର ମୁଣ୍ଡ ଅକ୍ଟୋପସ ସଦୃଶ ହୋଇଥିବାବେଳେ ଏହାର ଡେଣା ବାଦୁଡି ପରି ଅଟେ । ଯେତେବେଳେ କି, ଆଖି ସୁବର୍ଣ୍ଣ ଥିଲା । ହସ୍ତର ସବୁବେଳେ ହଳଦିଆ ରଙ୍ଗର କପଡ଼ାରେ ଆବୃତ ହେଉଥିଲା । ତେବେ, ଏହି ୱେବସାଇଟରେ ଉପସ୍ଥିତ ଥିବା ତଥ୍ୟ ସଠିକ୍ ଅଛି କି ନାହିଁ ଏନେଇ କୌଣସି ସୂଚନା ନାହିଁ ।

Leave A Reply

Your email address will not be published.