Latest Odisha News

ହିତାଧିକାରୀଙ୍କ ନାଁରେ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ଖାଉଛି କିଏ ?

ବୌଦ୍ଧ : ଭୂତ ଖାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା । ଆଜ୍ଞା ହଁ ଏଠାରେ ସତସତିକା ଭୂତ ଖାଉନି କିନ୍ତୁ ହିତାଧିକାରୀଙ୍କ ନାଁରେ ଆସିଥିବା ଆବାସ ଯୋଜନାର ଟଙ୍କା ଅନ୍ୟ କିଏ ଖାଉଥିବାର ନଜିର ରହିଛି । ଏହି ଦୃଶ୍ୟଟି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଗାଁ ରେ ଦେଖିବାକୁ ମିଳିଛି  । ପଞ୍ଚାନନ ରଣା ଜଣେ ଭିନ୍ନକ୍ଷମ ବ୍ୟକ୍ତି । ସେ ଗତ ତିନି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖଣ୍ଡିଏ ଘର ପାଇଥିଲେ ।

ଘଣ୍ଟାପଡ଼ା ସରପଞ୍ଚ ପଞ୍ଚାନନର ନାଁ କାଟି ଦେଇ ପଞ୍ଚାନନଙ୍କ ବଡ଼ଭାଇଙ୍କ ନାଁ ଯୋଡ଼ି ଦେଇଥିଲେ । ତାଙ୍କ ବଡ଼ଭାଇଙ୍କ ପାସ ବୁକ୍ ରେ ପ୍ରଥମ କିସ୍ତି ୨୦ହଜାର ଓ ଦ୍ଵିତୀୟ କିସ୍ତି ୩୦ହଜାର ଟଙ୍କା ଆସିଥିଲା । ତେବେ ହିତାଧିକାରୀଙ୍କ ନାଁରେ ଆବାସ ଯୋଜନାର ଟଙ୍କା ନ ଆସି ତାଙ୍କ ଭାଇଙ୍କ ନାଁ ରେ କିପରି ଆସିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମସ୍ତ ଘଟଣା ବିଷୟରେ ପଞ୍ଚାନନ ବିଡିଓଙ୍କୁ ଜଣାଇବା ପରେ ବାକି ଟଙ୍କା ପଞ୍ଚାନନଙ୍କ ପାସ ବହିରେ ପକାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଗତ ତା  ଅଗଷ୍ଟ ୨୭ ତାରିଖ ଦିନ ପଞ୍ଚାନନଙ୍କ ତୃତୀୟ କିସ୍ତି ଟଙ୍କା ତାଙ୍କ ପାସ ବହିରେ ଆସିଥିଲା । ପଞ୍ଚାନନ ସୋନପୁର ଜିଲ୍ଲା ବ୍ୟାଙ୍କ ଅଫ ବରୋଦା ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ କିନ୍ତୁ ତାଙ୍କ ପାସ ବହିରୁ କେହି  ସେପ୍ଟେମ୍ବର ୧ ଓ ୨ ତାରିଖରେ ଦୁଇ କିସ୍ତିରେ  ୨୦ ହଜାର ଲେଖାଏଁ ମୋଟ ୪୦ହଜାର ଟଙ୍କା ଉଠାଣ ହୋଇଥିବା ବ୍ୟାଙ୍କ କର୍ମଚାରୀ କହିଥିଲେ। ଏନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ପଞ୍ଚାନନ ।

Comments are closed.