ନୂଆଦିଲ୍ଲୀ: ଭାରତର ଯୁବ କ୍ରିକେଟର ଯଶସ୍ୱୀ ଜୈସୱାଲ ଚଳିତ ଆଇପିଏଲ ଅବସରରେ ପୂନର୍ବାର ଚର୍ଚ୍ଚାର କାରଣ ସାଜିଛନ୍ତି । ମ୍ୟାଡି ହେମିଲଟନ ନାମକ ମହିଳାଙ୍କ ସହ ଯଶସ୍ୱୀଙ୍କ ନାମ ଯୋଡାଯାଉଛି । ସେ ଏବେ ଇଂଲଣ୍ଡର ପଢ଼ୁଛନ୍ତି । ୨୦୨୪ ହାଇଦ୍ରାବାଦ ଟେଷ୍ଟ ଅବସରରେ ହେମିଲଟନଙ୍କୁ ଟିମ ଇଣ୍ଡିଆ ଜର୍ସି ପିନ୍ଧି ସମର୍ଥନ ଦେଉଥିବା ଦେଖିବାକୁ ମିଳିଥିଲା । ଏହା ପରେ ଆଇପିଏଲରେ ମଧ୍ୟ ତାଙ୍କୁ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ବାରମ୍ବାର ଦେଖିବାକୁ ମିଳିଥିଲା । ଷ୍ଟାଣ୍ଡରେ ଯଶସ୍ୱୀଙ୍କ ସମର୍ଥନ କରୁଥିବା ଫଟୋ ଏବଂ ଭିଡିଓ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଥିଲା ।
ଏହା ପରେ ଯଶସ୍ୱୀଙ୍କ ସହ ତାଙ୍କ ନାମ ଯୋଡାଯିବା ଆରମ୍ଭ ହୋଇଥିଲା । ମ୍ୟାଡି ହେଉଛନ୍ତି ଯଶସ୍ୱୀଙ୍କ ବନ୍ଧୁ ହେନେରୀ ହେମିଲଟନଙ୍କ ଭଉଣୀ । ଉଭୟଙ୍କ ଭଲ ବନ୍ଧୁତା ରହିଛି । ତେବେ ସେମାନେ ପରସ୍ପରକୁ ଭଲ ପାଉଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିନି । ଉଭୟ ଏ ସମ୍ପର୍କରେ କିଛି ବୟାନ ଦେଇ ନାହାନ୍ତି । ଏହାର ସତ୍ୟତା ନେଇ ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ଆଇପିଏଲ ସମୟରେ ଏ ଭଳି ଅନେକ କାହାଣୀ ସମ୍ମୁଖକୁ ଆସିଥାଏ ।