ନୂଆଦିଲ୍ଲୀ: ମୋବାଇଲ ଏବେ ସମସ୍ତଙ୍କର ଏକ ଅତ୍ୟାବଶକୀୟ ସାମଗ୍ରୀ ହୋଇଛି । ଏହା ବିନା ଚଳିବା ଏକପ୍ରକାର ଅସମ୍ଭବ ହୋଇ ପଡିଛି । ଡିଜିଟାଲ କମ୍ୟୁନିକେଶନ ଏକ ଆର୍ଥୀକ ସ୍ୱଚ୍ଛଳକାର ପରିଚୟ ମଧ୍ୟ ଦେଇଛି । ଆପଣମାନେ ଜାଣିଛନ୍ତି କି ଭାରତରେ ପ୍ରଥମ ମୋବାଇଲ କଲ କିଏ କରିଥିଲେ । ୩୧ ଜୁଲାଇ ୧୯୯୫ରେ ଭାରତର ପ୍ରଥମ ମୋବାଇଲ କଲ ପଶ୍ଚିମବଙ୍ଗର ସେ ସମୟର ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ କରିଥିଲେ । ସେ ନୋକିଆ ହ୍ୟାଣ୍ଡସେଟର ଉପଯୋଗ କରି କେନ୍ଦ୍ରୀୟ ସଂଚାର ମନ୍ତ୍ରୀ ସୁଖ ରାମଙ୍କୁ କଲ କରିଥିଲେ । ଏହି କଲ ଇତିହାସରେ ସ୍ଥାନ ପାଇଛି । ସେବେଠାରୁ ଭାରତରେ ଡିଜିଟାଲ ସଂଚାର ଯୁଗ ଆରମ୍ଭ ହୋଇଥିଲା ।
ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରୁ ସେ ନୂଆଦିଲ୍ଲୀ ଫୋନ କରିଥିଲେ । ଏହା ମୋଦୀ ଟେଲଷ୍ଟ୍ରା ନେଟୱର୍କରେ କରା ଯାଇଥିଲା । ଭାରତର ବିକେ ମୋଦି ଓ ଅଷ୍ଟ୍ରେଲିଆର ଟେଲଷ୍ଟ୍ରା ସଂଯୁକ୍ତ ଭାବେ ଏହି ନେଟୱର୍କ ଚଳାଉଥିଲେ । କଲ ଚାର୍ଜ ଡାୟୋନେମିକ ପ୍ରାଇସିଂ ମଡେଲ ଉପରେ ନିର୍ଭର କରୁଥିଲା । ସେ ସମୟରେ ଏହା ୮.୪ ଟଙ୍କା ପ୍ରତି ମିନିଟକୁ ଲାଗୁଥିଲା । ଏବେ ଏହାର ମୂଲ୍ୟ ୨୩ ଟଙ୍କା ହେବ । ଯଦି ପିକ୍ ସମୟରେ ଏହି କଲ କରାଯାଇଥାନ୍ତା ତେବେ ମୂଲ୍ୟ ଦୁଇ ଗୁଣା ହୋଇଥାନ୍ତା ।
Comments are closed.