Latest Odisha News

BREAKING NEWS

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାରିଥିବା ବ୍ୟକ୍ତି କିଏ ?

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନାରା ନାମକ ସହରରେ ଉଦବୋଧନ ଦେବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀ ଅତି ନିକଟରୁ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲା। ତେବେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ସିଞ୍ଜୋ ଆବେ ଗୁଳିର ଶିକାର ହେବା ପରେ ହୃଦଘାତର ମଧ୍ୟ ଶିକାର ହୋଇଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।

BjdElectrycity

ସିଞ୍ଜୋ ଆବେଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ହେଉଛନ୍ତି ଟେଟସୁୟା ୟାମାଗାମିର ଜଣେ ସ୍ଥାନୀୟ ବ୍ୟକ୍ତି। ଖବର ଅନୁଯାୟୀ, 41 ବର୍ଷିୟ ଏହି ଗୁଳି ଚାଳକ ଟେଟସୁୟା ୟାମଗାମୀ ଜାପାନର ସୈନ୍ୟ ବାହିନୀରେ ଥିଲା। ସେ ଜାପାନର ନୌସେନାରେ କାମ କରିଥିଲା।

ରିପୋର୍ଟ ଅନୁଯାୟୀ, ସେ ଗୁଳି ମାରିବା ପାଇଁ ଦୂରଗାମୀ ଛୋଟିଆ ବନ୍ଧୁକ ବ୍ୟବହାର କରିଥିଲା। ଏବେ ତା’ ବିରୋଧରେ ହତ୍ୟା ପାଇଁ ଉଦ୍ୟମ କରିଥିବା ମାମଲା ରୁଜୁ ହୋଇଛି।

ଏହି ଘଟଣା ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟା କିଶିଦା ଦୁଃଖ ପ୍ରକାଶ କରିଛନ୍ତି। ଏହାକୁ ବର୍ବର ଆକ୍ରମଣ ବୋଲି କହିବା ସହିତ ଦୃଢ ଶବ୍ଦରେ ନିନ୍ଦା କରିଛନ୍ତି ବୋଲି କହିଥିଲେ । ଜାପାନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ରହିଛି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆକ୍ରମଣକାରୀଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ।

Leave A Reply

Your email address will not be published.