ନୂଆଦିଲ୍ଲୀ: ମହାମାରୀର ଅନୁସନ୍ଧାନ ପାଇଁ ୟୁରୋପୀୟ ରାଷ୍ଟ୍ରମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୁ ଅଧିକ ଶକ୍ତିଶାଳୀ ହେବାକୁ ଆହ୍ୱାନ ଦେଇଛନ୍ତି ଏବଂ କରୋନା ଭାଇରସ୍ ଉପରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ଦେଶ ଉପରେ ଚାପ ପ୍ରୟୋଗ କରାଯିବା ଉଚିତ ବୋଲି କହିଛନ୍ତି।
ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିକୁ ମଜବୁତ କରିବାର ଉପାୟ ଉପରେ ୟୁଏଇ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଜର୍ମାନୀର ସ୍ୱାସ୍ଥ୍ୟମନ୍ତ୍ରୀ ଜେନ୍ସ ସ୍ପାହନ୍ ଶୁକ୍ରବାର ଦିନ କହିଛନ୍ତି ଯେ WHO କୁ ଅଧିକ ରାଜନୈତିକ ଏବଂ ଆର୍ଥିକ ସହାୟତା ଦିଆଯିବା ଉଚିତ ଯାହାଦ୍ୱାରା ତୀବ୍ର ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଏହାର ଆନ୍ତର୍ଜାତୀୟ ପ୍ରୟାସ ଆହୁରି ଦୃଢ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କେବଳ ‘ହୁ’ ଏହି ମହାମାରୀର ଭାର ଏକାକୀ ବହନ କରିପାରିବ ନାହିଁ।
ଏଜେନ୍ସିର ଉନ୍ନତି ପାଇଁ ଦେଶମାନେ ଅନେକ ପରାମର୍ଶ ଦେଇଥିଲେ। ବର୍ତ୍ତମାନ, ମହାମାରୀକୁ ସ୍ୱତନ୍ତ୍ର ଭାବରେ ଅନୁସନ୍ଧାନ କରିବାର ଅଧିକାର WHO ପାଖରେ ନାହିଁ ଏବଂ ଏହାର ପ୍ରସ୍ତାବିତ ବିଶେଷଜ୍ଞଙ୍କ ତାଲିକା ଅନୁମୋଦନ କରିବାକୁ ଦେଶ ଉପରେ ନିର୍ଭର କରିବାକୁ ପଡୁଛି ଏବଂ ଏହାର ଏଜେଣ୍ଡା ମଧ୍ୟ ଦେଶମାନଙ୍କ ଦ୍ୱାରା ସ୍ଥିର ହୋଇଛି।
Comments are closed.