Latest Odisha News

BREAKING NEWS

କରୋନା କାଳରେ ଖୁସି ଖବର : ଡେକ୍ସାମେଥାସନ୍ ମେଡିସିନକୁ ଡବ୍ଲ୍ୟୁଏଚଓର ସବୁଜ ସଙ୍କେତ

ଲଣ୍ଡନ: ଡେକ୍ସାମେଥାସନ ମେଡିସନ୍ କରାନା ରୋଗୀଙ୍କ ଜୀବନ ବଂଚାଇବାରେ ସହାୟ ହେଉଛି ବୋଲି ମଙ୍ଗଳବାର ବ୍ରିଟେନ ଗବେଷକମାନେ ଦାବୀ କରିଥିଲେ । ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ମେଡିସିନ ବ୍ୟବହାର ନେଇ ସବୁଜ ସଙ୍କେତ ଦେଇଛି । ଭେଂଟିଲେଟରରେ ଥିବା ରୋଗୀଙ୍କୁ ଏହି ମେଡସିନ ଦିଆଯାଇପାରିବ ବୋଲି ଡବ୍ଲ୍ୟୁଏଚଓ କହିଛି । ଏହା ଦ୍ୱାରା କରୋନା ମୃତ୍ୟୁହାର କମିବ ବୋଲି ଆଶା କରାଯାଉଛି ।

ପୂର୍ବରୁ ଉପରୋକ୍ତ ମେଡିସିନ କ୍ୟାନସର ରୋଗ ପାଇଁ ବ୍ୟବହାର କରାଯାଉଥିଲା । ୧୯୭୭ ପରଠାରୁ ଏହାକୁ ଅତ୍ୟାବଶ୍ୟକ ମେଡିସିନ ତାଲିକାରେ ସାମିଲ କରାଯାଇଥିଲା । ଏହାର ମୂଲ୍ୟ ବହୁତ କମ୍ ହୋଇଥିବାରୁ ସମସ୍ତେ ଏହାକୁ ବ୍ୟବହାର କରିପାରିବେ ବୋଲି ଆଶା କରାଯାଉଛି ।

Comments are closed.