Latest Odisha News

BREAKING NEWS

ଟିମ ଇଣ୍ଡିଆକୁ କାହିଁକି ମିଳୁନି ପୂଜାରାଙ୍କ ବିକଳ୍ପ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବୀରେନ୍ଦ୍ର ସେହ୍ୱାଗ, ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ଭାରତକୁ ରୋହିତ ଶର୍ମା, ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ମିଳି ଯାଇଥିଲେ । ଏବେ ଏହି ୩ ଜଣ ଖେଳାଳି ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି । ଟିମ ଇଣ୍ଡିଆର ୩ ନମ୍ବର ସ୍ଥାନ ପାଇଁ ପୂଜାରା ପ୍ରକୃତ ଖେଳାଳି ଥିଲେ । ଜୁନ ୨୦୨୩ରେ ସେ ତାଙ୍କ ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହା ପରେ ତାଙ୍କ ବିକଳ୍ପ ଭାବେ ଶୁଭମନ ଗିଲ, ସାଈ ସୁଦର୍ଶନ, କରୁଣ ନାୟାର, ଦେବଦତ ପାଡିକଲ ଓ କେଏଲ ରାହୁଲଙ୍କୁ ସେହି ସ୍ଥାନରେ ସୁଯୋଗ ପ୍ରଦାନ କରାଯାଇଥିଲା । ଏମାନେ ସମସ୍ତେ ୩ ନମ୍ବର ସ୍ଥାନରେ ୪୫ ଇନିଂସରେ ୩୧ ଆଭରେଜରେ ରନ ସଂଗ୍ରହ କରିିଛନ୍ତି । ପୂଜାରା ୪୪ ଆଭରେଜରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି । ଟେଷ୍ଟ କ୍ରିକେଟରେ ଗୋଟିଏ ଟିମ ପାଇଁ ୩ନମ୍ବର ସ୍ଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବଲକୁ ଠିକ ଭାବେ ଛାଡିବା, ଡିଫେନ୍ସ କରିବା ଏବଂ ଦଳକୁ ଟ୍ରାକକୁ ଆଣିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଡ୍ରାଭିଡ ଓ ପୂଜାରା ନିକଟ ଭବିଷ୍ୟତରେ କେବଳ ଏଥିପାଇଁ ଯୋଗ୍ୟ ଥିଲେ । ଏବେ ରାହୁଲ କେବଳ ଏହି ସ୍ଥାନ ପୂରଣ କରିପାରିବେ ବୋଲି ଆଶା କରାଯାଉଛି । ପୂଜାରା ଟେଷ୍ଟ କ୍ରିକେଟରେ୧୦୩ ମ୍ୟାଚରେ ୭୧୯୫ ରନ କରିଛନ୍ତି । ୧୯ ଶତକ ଓ ୩୫ ଅର୍ଦ୍ଧଶତକ ଏଥିରେ ସାମିଲ । ୨୦୧୮ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ପୂଜାରା ୫୦୦ରୁ ଅଧିକ ରନ କରିଥିବା ବେଳେ ୧୨୦୦ରୁ ଅଧିକ ବଲ ଖେଳିଥିଲେ । ତାଙ୍କ ପଛକୁ କୌଣସି ବ୍ୟାଟ୍ସମ୍ୟାନ ୭୦୦ ବଲ ବି ଖେଳିପାରି ନଥିଲେ । ଭାରତରେ ପ୍ରତିଭାର ଅଭାବ ନାହିଁ । ଟି୨୦ କ୍ରିକେଟରେ ପ୍ରକୃତ ଟେଷ୍ଟ ଖେଳୁଥିବା ବ୍ୟାଟ୍ସମ୍ୟାନ ଏତେଟା ସହଜ ନୁହେଁ । ଚୌକା, ଛକା ମାରିବା ଓ ପଡିଆରେ ଚିତ୍କାର କରି ମ୍ୟାଚ ଜିତି ହୁଏନି । ପୂଜାରାଙ୍କ ଅବସର ପରେ ସଚିନ ତେନ୍ଦୁଲକରଙ୍କଠାରୁ ଅନ୍ୟ ମହାନ ବ୍ୟାଟ୍ସମ୍ୟାନ ତାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଟେଷ୍ଟ କ୍ରିକେଟରେ ସେ ଏତେ ଛନ୍ଦି ହୋଇଗଲେ ଯେ, ବେଶୀ ଦିନିକିଆ ମ୍ୟାଚ ବି ଖେଳିପାରି ନ ଥିଲେ ।

Comments are closed.