Latest Odisha News

ଭାରତୀୟ ଟେଷ୍ଟ ଟିମର ଅଧିନାୟକ ହେବ କିଏ

ନୂଆଦିଲ୍ଲୀ: ୧୦ ବର୍ଷ ପରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ପରାଜିତ ହୋଇଛି । ରୋହିତ ଶର୍ମା ଉଭୟ ଅଧିନାୟକ ଦାୟିତ୍ୱ ତୁଲାଇବା ଏବଂ ବ୍ୟାଟିଂରେ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛନ୍ତି । ରିପୋର୍ଟ ମୁତାବକ ରୋହିତ ଟେଷ୍ଟ ଟିମ ଅଧିନାୟକ ପଦ ହରାଇବା ଏକପ୍ରକାର ନିଶ୍ଚିତ । ତାଙ୍କ ସ୍ଥାନରେ କାହାକୁ ଏହି ଦାୟିିତ୍ୱ ପ୍ରଦାନ କରାଯିବ ସେ ନେଇ ଆଲୋଚନା ଜୋର ଧରିଛି । ରୋହିତଙ୍କ ସ୍ଥାନରେ ଯଶପ୍ରୀତ ବୁମରାହ ଏହି ସିରିଜରେ ୨ଟି ମ୍ୟାଚରେ ଟିମର ନେତୃତ୍ୱ ନେଇଥିଲେ । ବୁମରାହ ଭଲ ନେତୃତ୍ୱ ନେଇଥିଲେ ମଧ୍ୟ ଆଘାତ ସମସ୍ୟା ତାଙ୍କୁ ବ୍ୟାକଫୁଟକୁ ଠେଲି ଦେଉଛି ।

ରିଷଭ ପନ୍ତଙ୍କ ପ୍ରଦର୍ଶନ ଟେଷ୍ଟ କ୍ରିକେଟରେ ଭଲ ରହିଛି । ତାଙ୍କୁ ମଧ୍ୟ ଏହି ଦାୟିତ୍ୱ ପ୍ରଦାନ କରାଯିବା ନେଇ ବିଚାର କରାଯାଉଛି । ତେବେ ତାଙ୍କ ଶୈଳୀ ବ୍ୟାଟିଂ ଓ ନେତୃତ୍ୱ ସହ ଅନ୍ୟ ଖେଳାଳିମାନେ ଖାପ ଖୁଆଇ ପାରିବା ନେଇ ସନ୍ଦେହ ରହୁଛି । ଶୁଭମନ ଗିଲଙ୍କୁ ମଧ୍ୟ ତରବରିଆ ଭାବେ ଏହି ଗୁରୁ ଦାୟିିତ୍ୱ ଦେଇ ହେବନି । ତାଙ୍କ ପ୍ରଦର୍ଶନରେ ମଧ୍ୟ ସ୍ଥିରତା ରହୁନି । ଆଗାମୀ ଦିନରେ ସେ ଏହି ଦାୟିତ୍ୱ ନିଃସନ୍ଦେହ ତୁଲାଇ ପାରିବେ ବୋଲି ଆଶା କରାଯାଉଛି ।

ବିରାଟ କୋହଲିଙ୍କୁ ମଧ୍ୟ ପୂନର୍ବାର ଏହି ଦାୟିତ୍ୱ ପ୍ରଦାନ କରାଯିବା ନେଇ ବିଚାର କରାଯାଉଛି । କୋହଲି ଟେଷ୍ଟ କ୍ରିକେଟରେ ଭାରତର ସଫଳ ଅଧିନାୟକ ଭାବେ ପରିଗଣିତ । ତେବେ ସେ ଫର୍ମରେ ନ ରହିବା ବଡ ସମସ୍ୟା ଭାବେ ଉଭା ହୋଇଛି । ବିସିସିଆଇ ପୂନର୍ବାର ତାଙ୍କୁ ଏହି ଦାୟିତ୍ୱ ଦେବା ଭଳି ଲାଗୁ ନାହିଁ ।

କେଏଲ ରାହୁଲ ଶେଷ ଏବଂ ମଜଭୁତ ବିକଳ୍ପ ଭାବେ ଉଭା ହୋଇଛନ୍ତି । ଭଲ ବ୍ୟାଟିଂ ପ୍ରଦର୍ଶନ କରିବା ସହ ସେ ଚାପ ଭରା ପରିସ୍ଥିତିରେ ଶାନ୍ତ ରହୁଛନ୍ତି । ୩ଟି ମ୍ୟାଚରେ ଭାରତର ନେତୃତ୍ୱ ନେଇ ୨ଟିରେ ବିଜୟୀ କରାଇବାରେ ସଫଳ ହୋଇଛନ୍ତି । ବିସିସିଆଇ ରାହୁଲଙ୍କ ଉପରେ ବାଜି ଲଗାଇପାରେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.