Latest Odisha News

କିଏ ହେବେ ରାଜ୍ୟ ବିଜେପିର ନୂଆ ସଭାପତି, ଫାୟାର ବ୍ରାଣ୍ଡ ନେତାଙ୍କୁ ବାଛିବ କି ବିଜେପି?

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ । ଏବେର ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି। ତେଣୁ ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ରାଜ୍ୟ ବିଜେପିର ନେତୃତ୍ବ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଇସାରାରେ ପରିଚାଳିତ ହେଲେ ଆଗାମୀ ଚ୍ଯାଲେଞ୍ଜ, ରାଜନୈତିକ ପାଣିପାଗକୁ ଦେଖିଲେ ଲାଗୁଛି ଏଥର ନୂଆ ରାଜ୍ୟ ବିଜେପି ସଭାପତି ଦଳର ଜଣ ପୁରୁଣା ସୀପାହିଙ୍କୁ ଦିଆଯିବ । ଯିଏକି ଦଳକୁ ଶକ୍ତି କେନ୍ଦ୍ରଠୁ ଆରମ୍ଭ କରି ସଂସଦ କେନ୍ଦ୍ର ଯାଏ ସଶକ୍ତ କରିବେ। ଆଉ ଏହି ନୂଆ ବିଜେପି ସଭାପତି ହେବାର ଚର୍ଚ୍ଚା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଜୋର ଧରିଛି ଚର୍ଚ୍ଚା।

ଗୁରୁବାର ସଂସଦର ଶୀତକାଳୀନ ଅଧିବେଶନକୁ ନେଇ ଦଳୀୟ ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରୁଥିଲେ। ଏହି ସମୟରେ ମୋଦୀଙ୍କ ନଜର ପଡିଥିଲା ତାଙ୍କ ପୂର୍ବତନ ମନ୍ତ୍ରିମଣ୍ଡଳର ସଦସ୍ୟ ବାଲେଶ୍ୱର ସାଂସଦ ତଥା ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ। ଆଉ ଏବେ କଣ ଚାଲିଛି ବୋଲି ମୋଦୀ ପ୍ରତାପଙ୍କୁ ଡାକି ପଚାରିଥିଲେ। ଏହାପରେ ତାଙ୍କ ଅଫିସ ଆସିବାକୁ କହିଥିଲେ। ପରେ ଶୁକ୍ରବାର ପିଏମଓରୁ ଫୋନ୍ କଲ୍ ଆସିଥିଲା ପ୍ରତାପଙ୍କୁ। ପରେ ଉଭୟ ନେତା ଆଲୋଚନା କରିଥିଲେ। ପ୍ରତାପ ଯଦିଓ ଏହି ବୈଠକକୁ ସୌଜନ୍ୟମୂଳକ ସାକ୍ଷାତ କହିଛନ୍ତି କିନ୍ତୁ ଆଗାମୀ ଚ୍ୟାଲେଞ୍ଜକୁ ଦେଖିଲେ ଏହି ବୈଠକ ପଛରେ କିଛି ବଡ଼ ଉଦ୍ଦେଶ୍ୟ ମୋଦୀଙ୍କର ରହିଛି ବୋଲି କୁହାଯାଉଛି।

ପ୍ରତାପ ଷଡ଼ଙ୍ଗୀ ଜଣେ କଠୋର ହୀନ୍ଦୁବାଦୀ ନେତା। ଯିଏକି ଆରଏସଏସ ସହ ଜଡ଼ିତ। ଏବେର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ମଧ୍ୟ ଆରଏସଏସର ଜଣେ ଖାସ୍ ବ୍ୟକ୍ତି। ଆଉ ବଂଶଲ ଏବେ ମୋଦୀଙ୍କ ଦୁର୍ବଳ ଇଲାକାର ପ୍ରଭାରୀ ଦାୟିତ୍ୱରେ ରହିଛନ୍ତି। ଯେପରିକି ତେଲେଙ୍ଗାନା, ଓଡ଼ିଶା ଏବଂ ପଶ୍ଚିମବଙ୍ଗ।

ତେଣୁ ଏହି ସମୀକରଣକୁ ଦେଖିଲେ ଲାଗୁଛି ପ୍ରତାପ ଷଡ଼ଙ୍ଗୀକୁ ନେଇ ମୋଦୀ କିଛି ନୂଆ ଭାବୁଛନ୍ତି। ନିକଟରେ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ବିଜେପି ଦାୟିତ୍ୱ ଦେଇଛି। ଜୟନାରାୟଣ ବିଜେପିର ଜଣେ ସାଲିସବିହୀନ ନେତା। ଏପରି ସ୍ଥିତିରେ ଦଳର ନେତୃତ୍ୱ ମଧ୍ୟ ସମାନ ପ୍ରକାର ନେତା ହୋଇପାରିଲେ ଆଗକୁ ଦଳ ଆହୁରି ମାଡି ଚାଲନ୍ତା ବୋଲି କୁହାଯାଉଛି। ତେଣୁ ପ୍ରତାପ ଏହିସବୁ କାରଣରୁ ଉପଯୁକ୍ତ ନେତା ବୋଲି ଭାବି ବିଭିନ୍ନ ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ସାଂସଦ ବସନ୍ତ ପଣ୍ଡାଙ୍କ ପରେ ସମୀର ମହାନ୍ତି ରାଜ୍ୟ ବିଜେପିର ସଭାପତି ହୋଇଛନ୍ତି। ଏହାପୂର୍ବରୁ ମଧ୍ୟ ପ୍ରତାପଙ୍କ ନାଁ ରାଜ୍ୟ ବିଜେପି ସଭାପତି ରେସରେ ରହି ଆସିଛି। କିନ୍ତୁ ଏଯାବତ ସୁଯୋଗ ଦେଇ ନାହିଁ ଦଳ।

 

 

 

Comments are closed.