ଭୁବନେଶ୍ବର: -ଗୋଟିଏ ପୋଷ୍ଟର ଦୋହଲାଇ ଦେଲା କଂଗ୍ରେସ ଦଳକୁ
-ବର୍ଷ ଆରମ୍ଭରୁ କଂଗ୍ରେସକୁ ଝଟକା
-କଂଗ୍ରେସକୁ ଜବାବ ଦେଲେ ବାପା-ଝିଅ!
-ବାପାଙ୍କୁ ଅପମାନର ପ୍ରତିଶୋଧ ନେବେ ସୋଫିଆ… ଉଠୁଛି ପଡ଼ୁଛି କଂଗ୍ରେସ ଦଳ
ନୂଆବର୍ଷ ଆରମ୍ଭରୁ ଓଡ଼ିଶା ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ଗତ କିଛି ଦିନ ହେବ କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମଙ୍କ ରାଜ୍ୟର ବରିଷ୍ଠ ନେତାଙ୍କ ସହ କବାଟକିଳା ବୈଠକ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ଜନ୍ମ ଦେଇଥିଲା । ଶନିବାର ଏହି ଚର୍ଚ୍ଚାକୁ ବଳ ଦେଇଛନ୍ତି ମୋକିମ । ସିଧାସଳଖ କହିଛନ୍ତି, ସୁଯୋଗ ଅପେକ୍ଷାରେ ଥିବା ଯୁବବର୍ଗ ଯୋଗାଯୋଗରେ ଅଛନ୍ତି । ବିଜେପି ଓ ବିଜେଡିର ବିକଳ୍ପ ଚାହୁଛି ଓଡ଼ିଶା । କିଛି ଦିନ ତଳେ କଟକର ବିଭିନ୍ନ ସ୍ଥାନରେ ଲାଗିଥିଲା ନୂବବର୍ଷ ଅଭିନନ୍ଦନର ଏକ ପୋଷ୍ଟର । ଯାହା କେବଳ ଏକ ପୋଷ୍ଟର ନୁହେଁ ବରଂ ଏହା ଥିଲା ଏକ ଯୁଦ୍ଧର ଡାକରା! ଯେଉଁଥିରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ମହମ୍ମଦ ମୋକିମଙ୍କ ଫଟୋ ଥିଲା ଏବଂ ଲେଖାହୋଇଥିଲା ୨୦୨୬ ନୂତନ ବର୍ଷର ଅଭିନନ୍ଦନ ।
କିନ୍ତୁ କେବଳ ଏହି ଦୁଇ ଜଣଙ୍କ ବ୍ୟତିତ ଆଉ କାହାର ବି ପଟୋ ଏଥିରେ ନଥିଲା ଏପରିକି କଂଗ୍ରେସ ଦଳର ଚିହ୍ନ ମଧ୍ୟ ନଥିଲା । ଯାହାକୁ ନେଇ ଚାଲିଥିଲା ଅନେକ ତର୍କ ବିତର୍କ । ଏବେ ଏସବୁ ଆଲୋଚନାରେ ପୂର୍ଣ୍ଣଛେଦ ପକାଇଛନ୍ତ ନିଜେ ମହମ୍ମଦ ମୋକିମ । ଲିଡ଼ର ହୋଇ ଗଢିବେ ଏକ ନୂଆ ଆଞ୍ଚଳିକ ଦଳ । ଯାହାର ଖୁଲାସା ନିଜେ ଗଣମାଧ୍ୟମ ସାମ୍ନାରେ କରିଛନ୍ତି ମୋକିମ । ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ ।ରାଜ୍ୟରେ ଅନେକ ଉଦୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି । ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏକ ବିକଳ୍ପ ର ଆବଶ୍ୟକତା ରହିଛି ।
ମୋକିମ କହିଛନ୍ତି, ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ ସୁଯୋଗ ଆବଶ୍ୟକତା ରହିଛି, ସେଥିପାଇଁ ସିଏ ଆମ ସହ ଯୋଗାଯୋଗରେ ଅଛନ୍ତି । ଆମେ ମଧ୍ୟ ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରୁଛୁ, କାହା ପାଇଁ କେଉଁ ସ୍ଥାନ ଖାଲି ପଡେ ନାହିଁ, କିଏ ନା କିଏ ଏହାକୁ ପୂରଣ କରିଥାନ୍ତି । ଏପରିକି ବିଜେଡ଼ିର କିଛି ଅସନ୍ତୁଷ୍ଟ ନେତା ମଧ୍ୟ ତାଙ୍କ ସହ ଯୋଗାଯୋଗ ରେ ଥିବା କଥା ମୋକିମ କହିଛନ୍ତି । ନୂଆ ଆଞ୍ଚଳିକ ଦଳ ଗଠନ ନେଇ ମୋକିମଙ୍କ ଇସାରା ପରେ ଓଡ଼ିଶା ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ । ଯୁବ ନେତୃତ୍ୱଙ୍କୁ ନେଇ ନୂଆ ଦଳର ଭବିଷ୍ୟତର ନକ୍ସା ଆଙ୍କିଛନ୍ତି ମୋକିମ । ପ୍ରଚ୍ଛଦପଟରେ ରହିଛନ୍ତି ଅନେକ ବଡ଼ ଚେହେରା । ହେଲେ ନୂଆ ଆଞ୍ଚଳିକ ଦଳ ହେଲେ ପୁରୁଣା ଦଳ କିଏ ଛାଡିବେ ତାହାକୁ ନେଇ ୩ ପ୍ରମୁଖ ଦଳ ମଧ୍ୟରେ ସନ୍ଦେହର ବାତାବରଣ ଦେଖାଦେଇଛି । ନୂଆ ଆଞ୍ଚଳିକ ଦଳ ଗଠନ ଆଗକୁ ଓଡ଼ିଶା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ।