ନୂଆଦିଲ୍ଲୀ: ଜୟ ଶାହ ଡିସେମ୍ବର ୧ରୁ ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିସିସିଆଇ ସେକ୍ରେଟାରୀ ପଦ ଖାଲି ପଡିଛି । ଶାହଙ୍କ ସ୍ଥାନରେ ଏହି ଦାୟତ୍ୱ କିଏ ଗ୍ରହଣ କରିବେ ତାହା ସସ୍ପେନ୍ସ ରହିଛି । ଏହି ଦୌଡରେ ଗୁଜରାଟର ଅନୀଲ ପଟେଲ ଏବଂ ବର୍ତମାନର ସଂଯୁକ୍ତ ସଚିବ ଦେବଜିତ ସୌକିୟାଙ୍କ ନାମରେ ଆଗରେ ରହିଛି । ଏହି ଦୁଇଜଣଙ୍କ ବ୍ୟତୀତ ଡିଡିସିଏ ଅଧ୍ୟକ୍ଷ ରୋହନ ଜେଟଲୀଙ୍କ ନାମ ମଧ୍ୟ ଉଠୁଛି । ତେବେ ୧୫ ଦିନ ମଧ୍ୟରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।
ଶାହ ଦାୟିତ୍ୱ ଗ୍ରହଣ କରିବାର ୪୫ ଦିନ ମଧ୍ୟରେ ନୂତନ ଅଧ୍ୟକ୍ଷ ବାଛିବାକୁ ପଡିବ । ଏହି ନିର୍ବାଚନ ପୂର୍ବରୁ ବିସିସିଆକୁ ୪ ସପ୍ତାହ ପୂର୍ବରୁ ଜଣେ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରିବାକୁ ପଡିବ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋର୍ଡର ଦାୟିତ୍ୱ ଉପଯୁକ୍ତ ବ୍ୟକ୍ତିଙ୍କୁ ମିିଳିବା ଉଚିତ ବୋଲି ଶାହ କହିଛନ୍ତି । ସେପ୍ଟମ୍ବରରେ ବୋର୍ଡର ବର୍ତମାନ ପଦାଧିକାରୀଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବ ।c