Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷରେ ନୂଆ ଅଧିନାୟକ, ନୂତନ ଟିମ !

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟର ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କ ଅବସର ପରେ ଟିମ ଇଣ୍ଡିଆର ନେତୃତ୍ୱ କିଏ ନେବ ତାହା ନେଇ ଆଲୋଚନା ଆରମ୍ଭ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ୨୦୨୫-୨୭ର ସିରିଜ ମଧ୍ୟ ଆରମ୍ଭ ହେବ । ବିସିସିଆଇ ଭବିଷ୍ୟତକୁ ଆଖି ଆଗରେ ରଖି ଏକ ଯୁବ ଟିମ ପ୍ରସ୍ତୁତ କରିବା ପାଇଁ ମନ ବଳାଇ ସାରିଛି । ରିପୋର୍ଟ ଅନୁସାରେ ବିରାଟ କୋହଲି, ଯଶପ୍ରୀତ ବୁମରାହ ଓ ଶୁଭମନ ଗିଲଙ୍କ ମଧ୍ୟରୁ ଜଣଙ୍କୁ ଏହି ସିରିଜ ପାଇଁ ଅଧିନାୟକ କରାଯାଇପାରେ । ଗିଲ ଏହି ଦୌଡରେ ଆଗରେ ରହିଛନ୍ତି । ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ ଓ ବିରାଟ କୋହଲି ଟିମରେ ସ୍ଥାନ ପାଇବା ନିଶ୍ଚିତ । ୱିକେଟକିପର ଭାବେ କେଏଲ ରାହୁଲ ଦଳରେ ସ୍ଥାନ ପାଇବେ ।

ବି ସାଇ ସୁଦର୍ଶନ ଓ କରୁଣ ନାୟାରଙ୍କୁ ମଧ୍ୟ ସୁଯୋଗ ପ୍ରଦାନ କରାଯାଇପାରେ । ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ସ୍ପିନର ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଓ ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଦଳରେ ସାମିଲ କରାଯିବା ସମ୍ଭାବନା ଅଧିକ ରହିଛି । ରିଷଭ ପନ୍ତ, ଧ୍ରୁବ ଜୁରେଲଙ୍କୁ ମଧ୍ୟ ଅତିରିକ୍ତ ୱିକେଟକିପର ଭାବେ ଦଳରେ ରଖାଯାଇପାରେ । ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ମହମ୍ମଦ ସାମୀ, ଆକାଶଦୀପ ଓ ପ୍ରସିଦ୍ଧ କ୍ରିଷ୍ଣା ପେସ ବୋଲର ଦାୟିତ୍ୱ ତୁଲାଇବେ ।

Comments are closed.