Latest Odisha News

BREAKING NEWS

ପାକିସ୍ତାନ ଖେଳାଳି ଭାରତ ନଆସିଲେ ବିଶ୍ପକପ କିଏ ଦେଖିବ ?: ରମିଜ ରାଜା

ନୂଆଦିଲ୍ଲୀ: ୨୦୨୩ ଏସିଆ କପ୍ କେଉଁଠି ହେବ ତାକୁ ନେଇ ଏବେ ଜୋରଦାର ଚର୍ଚା । କାରଣ ଭାରତ କହିସାରିଛି ପାକିସ୍ତାନରେ ଏସିଆ କପ ହେଲେ ଭାରତୀୟ ଖେଳାଳି ପାକିସ୍ତାନ ଯିବେ ନାହିଁ । ଶେଷ ଥର ୨୦୦୮ରେ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା ଭାରତୀୟ ଦଳ । ତେବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଧ୍ୟକ୍ଷ ରମିଜ ରାଜା ଆଜି ପୁଣି ଏକ ବୟାନ ଦେଇ ଚର୍ଚାରେ ଅଛନ୍ତି  । ରମିଜ ପ୍ରଶ୍ନ କରିଛନ୍ତି ଯଦି ପାକିସ୍ତାନ ଖେଳାଳି ଭାରତରେ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ବକପ୍ ଖେଳିବାକୁ ଆସିବେ ନାହିଁ ତେବେ ଖେଳ କିଏ ଦେଖିବ?

ଆସନ୍ତା ବର୍ଷ ପାକିସ୍ତାନ ଏସିଆ କପର ଆୟୋଜନ କରିବାର ଖେଳସୂଚୀ ରହିଛି । ଏହାକୁ ନେଇ ଗତମାସରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ ଯେ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯିବ ନାହିଁ । ତାଙ୍କ ଏହି ବୟାନ ପରଠୁ ପାକିସ୍ତାନ ବିଚଳିଚ ହୋଇ ପଡ଼ିଥିବା ବେଳେ ଆଜି ପୁଣି ରମିଜ ରାଜା ସେହି କଥା ଦୋହରାଇଛନ୍ତି । ବିସିସିଆଇର ସଚିବ ଜୟ ଶାହଙ୍କ ବୟାନ ଉପରେ ରମିଜ ପୁଣିଥରେ ଜବାବ ଦେଇ କହିଛନ୍ତି ଯଦି ଭାରତୀୟ ଟିମ୍ ପାକିସ୍ତାନ ଆସିବ ନାହିଁ, ତେବେ ପାକିସ୍ତାନ ଖେଳାଳି ଭାରତ ଯିବେ ନାହିଁ ।

ଏଠାରେ ସୂଚନାଯୋଗ୍ୟ 2020ର ଏସିଆ କପ ଆୟୋଜନ ଦାୟିତ୍ବ ଶ୍ରୀଲଙ୍କାର ଥିଲା ତେବେ କୋଭିଡ ପାଇଁ ଏହା ଚଳିତ ବର୍ଷ ଦୁବାଇରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଟି-20 ଫର୍ମାଟରେ ଏସିଆ କପ ଖେଳାଯାଇଥିବା ବେଳେ 2023ରେ ଦିନିକିଆ ଫର୍ମାଟରେ ଖେଳାଯିବ ।

ଗତ ଅକ୍ଟୋବର ମାସରେ ପାକିସ୍ତାନ ନଯିବା କଥା  କହିଥିଲେ ବିସିସିଆଇ ସମ୍ପାଦକ ଜୟ ଶାହ  । ତେବେ  ଏସିଆ କପ ନିରପେକ୍ଷ ଭେନ୍ୟୁରେ ଯଦି ହୁଏ ତାହେଲେ ଭାରତୀୟ ଖେଳାଳିମାନେ ଯିବେ । ଏହାକୁ ନେଇ ପ୍ରଥମେ  ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରତିକ୍ରିୟା ଦେଇଥିଲା।  ଜୟ ଶାହ ବିସିସିଆଇ ସମ୍ପାଦକ ସହ ଏସିଆନ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଥିବାରୁ ପାକିସ୍ତାନ ହାତରୁ ହୋଷ୍ଟିଂ ଦାୟିତ୍ୱ ଚାଲି ଯିବାର ଆଶଙ୍କା ପ୍ରକାଶ ପାଇବା ପରେ   ରମିଜ ଏହାକୁ ନିନ୍ଦା କରିଥିଲେ ।

ମୁମ୍ବାଇ ବିସ୍ଫୋରଣ ପରେ ୨୦୧୨ ପରଠୁ ହିଁ କୌଣସି ଦ୍ୱିପାକ୍ଷୀୟ ସିରିଜ ଖେଳାଯାଇନାହିଁ ଭାରତ ପାକିସ୍ତାନ ମଧ୍ୟରେ  ।  ଟିମ୍ ଇଣ୍ଡିଆ ୧୪ ବର୍ଷ ହେଲା ପାକିସ୍ତାନ ଗସ୍ତରେ ଯାଇନାହିଁ । ତେଣୁ ଆସନ୍ତା ବର୍ଷ ଭାରତ ପାକିସ୍ତାନ ଯିବାର ପ୍ରଶ୍ନ ଉଠୁନାହିଁ । ଏଭଳି ପରିସ୍ଥିତିରେ ଆଶା କରାଯାଉଥିଲା ପାକିସ୍ତାନ ନିରପେକ୍ଷ ସ୍ଥାନ ପାଇଁ ସମ୍ମତି ପ୍ରଦାନ କରିବ । ତେବେ ପାକିସ୍ତାନ ମଧ୍ୟ ତା ଜିଦରେ ଅଟଳ ରହିଛି । ଏପରି ହେଲେ ଆଗାମୀ ଏସିଆ କପ ବନ୍ଦ ହୋଇପାରେ ।

ଏବେ  ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ରମିଜ ରାଜା ସେହି ବୟାନକୁ ଦୋହରାଇଛନ୍ତି । ଏହା ସତଯେ ଯଦି ଭାରତ ଟିମ ପାକିସ୍ତାନ ନଯାଏ ତେବେ ପାକିସ୍ତାନ କ୍ରିକେଟ ବୋର୍ଡର ଆର୍ଥିକ କ୍ଷତି ହେବ । ତେବେ  ରମିଜ ସାକ୍ଷାତକାରରେ କହିଛନ୍ତି, ଯଦି ପାକିସ୍ତାନ ଟିମ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଖେଳିବ ନାହିଁ ତେବେ ଟୁର୍ଣ୍ଣାମେଣ୍ଟ କିଏ ଦେଖିବ । ଏହା ମାନେ ସେ ବିସିସିଆଇକୁ ଆର୍ଥିକ କ୍ଷତିର ଚେତାବନୀ ଦେଉଛନ୍ତି । ଯାହା କି ହାସ୍ୟାସ୍ପଦ । ତେବେ ଏସିଆ କପକୁ ଆଉ କିଛି ମାସ ବାକି ରହିଥିବାରୁ ଦୁଇ ଦେଶର କ୍ରିକେଟ ବୋର୍ଡ କି ନିଷ୍ପତ୍ତି ନେଉଛନ୍ତି ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.