Latest Odisha News

BREAKING NEWS

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ରେ ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ଲଢ଼େଇ

ସିଡ୍‌ନି :  ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟ ମ୍ୟାଚ ଆଜିଠୁ ଆରମ୍ଭ ହେଉଛି। ଆୟୋଜକ ଅଷ୍ଟ୍ରେଲିଆ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ । ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ସହ ଆଫ୍‌ଗାନିସ୍ତାନର ମୁକାବିଲା ହେବ ।  ସିଡ୍‌ନିରେ  ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ପାଇଁ ଦୁଇ ଦଳ ଅପେକ୍ଷାରେ ଅଛନ୍ତି । ଗତବର୍ଷ ଦୁବାଇରେ ଆୟୋଜିତ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ଏଥର  ମ୍ୟାଚ୍‌ ଜିତିବା ପାଇଁ  ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡରେ ଦୁଇ ଦଳ  ଅଭ୍ୟାସ ଜୋରଦାର କରିଛନ୍ତି । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟର ଏବଂ ନିଉଜିଲ୍ୟାଣ୍ଡ ବୋଲରଙ୍କ ମଧ୍ୟରେ ଲଢ଼େଇ ହେବ । ମ୍ୟାଚ୍ ଭାରତୀୟ ସମୟ 12ଟା 30ରେ ଆରମ୍ଭ ହେବ । କିଏ ଜିତିବ ତାକୁ ନେଇ ଚାଲିଛି ଚର୍ଚା ।

୨୦୨୧ ବିଶ୍ବକପ୍‌ର ନାୟକ ଡାରିଲ ମିଚେଲ ଆହତ ଯୋଗୁଁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ।  ଲୋକି ଫର୍ଗୁସନ ଖେଳିବାର ସଂଭାବନା ରହିଛି । ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଆଜିର ମ୍ୟାଚ ଜିତିବା ନେଇ ଆଶାବାଦୀ ରହିଛନ୍ତି।

ଅଷ୍ଟ୍ରେଲିଆ ମଧ୍ୟ ଆଜି ମ୍ୟାଚ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ କହିଛି ।

ଶନିବାର ଚଳିତ ବିଶ୍ବକପ୍‌ ସୁପର-୧୨ ପର୍ଯ୍ୟାୟର ଦ୍ବିତୀୟ ମୁକାବିଲା ଇଂଲଣ୍ଡ ଏବ ଆଫ୍‌ଗାନିସ୍ତାନ ମଧ୍ୟରେ ଖେଳାଯିବ। ପର୍ଥରେ ଏହି ମୁକାବିଲା ହେବ। ଆଫଗାନିସ୍ତାନ ଏବେ ଭଲ ଫର୍ମରେ ଥିବାରୁ ଇଂଲଣ୍ଡକୁ କଡ଼ା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ବିଶେଷକରି ଆଫ୍‌ଗାନିସ୍ତାନର ବୋଲିଂ ଏବଂ ଇଂଲଣ୍ଡର ବ୍ୟାଟିଂ ମଧ୍ୟରେ ଟକ୍କର ହେବ। ଫଳରେ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିବେ।

ଅଷ୍ଟ୍ରେଲିଆ ଏଥର ଟାଇଟଲ ଦାବିଦାର ରହିଛି ।  ଘରୋଇ ପରିବେଶ ଏବଂ ଖେଳାଳିଙ୍କ ଫର୍ମ ଅନ୍ୟ ଦଳ ଅପେକ୍ଷା ଭଲ ରହିଛି ।   ଅଧିନାୟକ ଆରୋନ ଫିଞ୍ଚ୍‌ ମଧ୍ୟ ଫର୍ମକୁ  ଫେରିଛନ୍ତି । ଅଭିଜ୍ଞ ଓପନର ଡେଭିଡ୍‌ ୱାର୍ଣ୍ଣର, ମିଚେଲ ମାର୍ଶ, ମାଥ୍ୟୁ ୱେଡ୍‌, ପେସ୍‌ ବୋଲର ମିଚେଲ ଷ୍ଟାର୍କ ଭଲ ଫର୍ମରେ ଅଛନ୍ତି । ଆଜି ଅଷ୍ଟ୍ରେଲିଆ ବ୍ୟାଟର ଓ ନ୍ୟୁଜିଲାଣ୍ଡ ବୋଲରଙ୍କ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ ।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡେଭିଡ୍‌ ୱାର୍ଣ୍ଣର, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଡ୍‌, ପ୍ୟାଟ୍‌ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌ ।

ନ୍ୟୁଜିଲାଣ୍ଡ: ଡେଭନ କନୱେ, ଫିନ ଆଲେନ, କେନ୍‌ ୱିଲିୟମସନ୍‌ (ଅଧିନାୟକ), ଗ୍ଲେନ୍‌ ଫିଲିପ୍ସ, ମାଇକେଲ ବ୍ରେସୱେଲ/ମାର୍କ ଚାପ୍‌ମ୍ୟାନ୍‌, ଜିମ୍ମି ନୀଶମ, ମିଚେଲ ସାଣ୍ଟନର ଟିମ୍‌ ସାଉଦି, ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ/ଆଡାମ ମିଲ୍‌ନେ, ଆଇସ୍‌ ସୋଧ

Comments are closed.