ବ୍ରହ୍ମପୁର:ଗଣେଷ ପୂଜା ନାଁରେ ବଳପୂର୍ବକ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ଯିଏ ଚାନ୍ଦା ମାଗୁଥିବା ତା’ ନାଁରେ ଅପରାଧୀକ ମାମଲା ରୁଜୁ କରାଯିବା ସହ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍ପି ସର୍ବଣା ବିବେକ ଏମ୍ କହିଛନ୍ତି।
ଆଗକୁ ଗଣେଷ ପୂଜା ଆସୁଥିବା ବେଳେ ପୂଜା ଆୟୋଜନ ନାଁରେ କିଛି ବ୍ୟକ୍ତି ବିଭିନ୍ନ ଦୋକାନ, ବଜାର ଓ ବ୍ୟକ୍ତିବିଶେଷଙ୍କୁ ଚାନ୍ଦା ମାଗୁଥିବା ପୋଲିସ ନଜରକୁ ଆସିଛି।
ଏପରିକି ଶୁକ୍ରବାର ରାତିରେ ଗଣେଶ ପୂଜା ଚାନ୍ଦା ମଗାକୁ କେନ୍ଦ୍ର କରି ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ଆଙ୍କୁଲି ଅଞ୍ଚଳରେ ଗଣ୍ଡଗୋଳ ହୋଇଛି। ଚାନ୍ଦା ଆଦାୟକୁ ନେଇ ଆଗକୁ ଯେପରି କୌଣସି ଅଘଟଣ ନଘଟେ ସେଥିପ୍ରତି ପୋଲିସ ସତର୍କ ରହିଛି ।
ଲୋକଙ୍କୁ ସଚେତନ କରିବା ପାଇଁ ଏସପି ଉପରୋକ୍ତ ବାର୍ତ୍ତା ଦେବା ସହ ଯଦି କୌଣସି ବ୍ୟକ୍ତି ଚାନ୍ଦା ମାଗୁଥାଏ ତେବେ ପୁଲିସ ହେଲ୍ପ ଲାଇନ ନମ୍ବର ୧୧୨ରେ କଲ କରି ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି ।
Comments are closed.