Latest Odisha News

ବିମାନ ଉଡିଲା, ବିଜ୍ଞାପନ ଜରିଆରେ ବିବାଦ ବଢିଲା: ରାଉରକେଲାକୁ ବିମାନ ଉଡାଣର ଶ୍ରେୟ କାହାର?

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ଅବସରରେ ବିଭିନ୍ନ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ନ ଥିବା ନେଇ ବିବାଦ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ହୋର୍ଡିଂ ଓ ବିଜ୍ଞାପନରେ ମୋଦିଙ୍କ ଫଟୋ ନଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଥିଲେ। ଏହାପରେ ରବିବାର ପ୍ରକାଶ ପାଇଥିବା ବିଜ୍ଞାପନରେ ମୋଦିଙ୍କ ଫଟୋ କେବଳ କାହିଁକି, ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ କାହିଁକି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଏପର କହି  ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି ଅଶୋକ ପଣ୍ଡା।

ରବିବାର ପ୍ରକାଶ ପାଇଥିବା ଖବରକାଗଜ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିବା ଉଚିତ୍ ଥିଲା। ଏହା ଏମାନଙ୍କ ସଙ୍କୀର୍ଣ୍ଣ ମାନସିକତା ପ୍ରତିଫଳିତ ବୋଲି ଅଶୋକ ପଣ୍ଡା କହିଛନ୍ତି। ସେପଟେ ଅଶୋକ ପଣ୍ଡାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଯିବାର କୌଣସି ଯଥାର୍ଥତା ନାହିଁ।

କେନ୍ଦ୍ରର ଉଡାଣ ଯୋଜନାରେ ଓଡ଼ିଆ ଲୋକଙ୍କ ପାଇଁ ଭୁବନେଶ୍ୱରରୁ ରାଉରକେଲା ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। ସେବା ପାଇଁ ଅନୁରୋଧ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। କିନ୍ତୁ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯିବାର କୌଣସି ଯଥାର୍ଥତା ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର କେନ୍ଦ୍ରର ଯୋଜନାକୁ ହାଇଜାକ କରୁଛନ୍ତି। ଅଶୋକ ପଣ୍ଡା ଯାହା ଭାବୁଛନ୍ତି ତାହା ଠିକ୍ ନୁହେଁ ଏବଂ ଏ ଦିଗରେ ତାଙ୍କ ମତକୁ ଗ୍ରହଣ କରିବାର କିଛି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ବିଜ୍ଞାପନ ଓ ହୋର୍ଡିଂରେ ମୋଦିଙ୍କ ଫଟୋ ନଥିବା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଉଲ୍ଲେଖଯୋଗ୍ୟ, ଶନିବାର ବିମାନ ସେବା ଉଦଘାଟନ ଅବସରରେ ଏକ ବିଜ୍ଞାପନ ପ୍ରକାଶ ପାଇିଥିଲା। ଯେଉଁଥିରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଏହି ବିମାନ ସେବା କେନ୍ଦ୍ରରା ହେଲେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫୋଟ ନ ରହିବା ଠିକ୍ ହୋଇନି । ଏହାପେର ରବିବାର ରାଷ୍ଟ୍ରାୟତ କମ୍ପାନୀ ସେଲ୍ ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶ ପାଇଛି । ଯାହାକି ରାଉରେକଲାକୁ ବିମାନ ସେବା ଯୋଗାଇ ଦିଆଯାଇଥିବା ନେଇ ଧନ୍ୟବାଦ ଦିଆଯାଇଛି। ଆଗକୁ ସାଧାରଣ ନିର୍ବାଚନ ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଜରିଆରେ ଶ୍ରେୟ ନେବାକୁ କୌଣସି ପ୍ରକାର ସୁଯୋଗ ହାତଛଡା କରିବାକୁ ଚାହୁଁ ନାହାନ୍ତି।

Comments are closed.