Latest Odisha News

ବିଜେପର ମିଶନ ୨୦୨୪: ଅଧ୍ୟକ୍ଷ ବଦଳାଇ କ’ଣ ହାସଲ କରିବାକୁ ଚାହୁଁଛି ଦଳ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ବଡ ଧରଣର ଅଦଳବଦଳ । ସଂଗଠନକୁ ମଜବୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ୪ଟି ରାଜ୍ୟରେ ଦଳ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଏହି ରାଜ୍ୟ ଗୁଡିକ ହେଲା ପଞ୍ଜାବ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା । ହେଲେ ଏହା ଦ୍ୱାରା କ’ଣ ହାସଲ କରବା ଲକ୍ଷ୍ୟ ରଖିଛି ଦଳ ?

ଝାଡଖଣ୍ଡରେ ବାବୁଲାଲ ମାରାଣ୍ଡିଙ୍କୁ ବିଜେପି ନିଜର ନୂଆ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିବାବେଳେ, ସୁନୀଲ ଜାଖଡଙ୍କୁ ପଞ୍ଜାବ, ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛି ଜି କିଶନ ରେଡ୍ଡୀଙ୍କୁ ।

ସୁନୀଲ ଜାଖଡଙ୍କୁ ଅଶ୍ୱିନୀ ଶର୍ମାଙ୍କ ସ୍ଥାନାରେ ନିଆ ଯାଇଛି । ସୁନୀଲ ଜାଖଡ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କୁ ଦଳ ପଞ୍ଜାବର ଗୁରୁ ଦାୟିତ୍ୱ ଦେଇଛି । ଏକଥା ବି କୁହାଯାଉଛି, ବିଜେପି ଅକାଳୀ ଦଳ ସହ ଦ୍ୱିତୀୟ ଥର ପାଇଁ ମେଣ୍ଟ କରିପାରେ । ତେଣୁ ଆସନ୍ତା ନିର୍ବାଚନରେ ପୁଣି ହିନ୍ଦୁ-ଶିଖ ଭାଇଚାରା ରାଜନୀତି ହେବ ବୋଲି କୁହାଯାଉଛି । ଏକଥା ବି ଚର୍ଚ୍ଚା ହେଉଛି, ସୁନୀଲ ଜାଖଡ ଗୁରୁଦାସପୁର ଆସନରୁ ଭାଜପା ପ୍ରାର୍ଥୀ ହୋଇପାରନ୍ତି ।

ସେହିପରି ତେଲେଙ୍ଗାନାରେ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜି.କିଶନରେଡ୍ଡିଙ୍କୁ ତେଲେଙ୍ଗାନା ପ୍ରଦେଶ ଅଧ୍ୟକ୍ଷ କରାଯାଇଛି । ରେଡ୍ଡି ୟୁନାଇଟେଡ ଆନ୍ଧ୍ରପ୍ରଦେଶରେ ବିଜେପି ଅଧ୍ୟକ୍ଷ ରହିଥିଲେ ।ରେଡ୍ଡିଙ୍କୁ ସଞ୍ଜୟ ବନ୍ଦୀଙ୍କ ଜାଗାରେ ନିଆ ଯାଇଛି ।

ବାବୁଲାଲ ମାରାଣ୍ଡିଙ୍କୁ ମିଳିଛି ଝାଡଖଣ୍ଡର ଦାୟିତ୍ୱ । ବାବୁଲାଲ ଆଦିବାସୀ ସଂପ୍ରଦାୟରୁ ଆସିଛନ୍ତି । ବାବୁଲାଲଙ୍କୁ ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ଏବେ ୨୦୨୪ ନିର୍ବାଚନ ପାଇଁ ଦଳ ତାଙ୍କୁ ବଡ ଦାୟିତ୍ୱ ଦେଇଛି । ଯଦିଓ ବାବୁଲାଲ କିଛି ସମୟ ପାଇଁ ଦଳରୁ ବାହାରି ଯାଇଥିଲେ ତଥାପି ତାଙ୍କ ଉପରେ ଭରସା ରଖିଛି ଦଳ । ତାଙ୍କ ପାଖରେ ସଂଗଠନାତ୍ମକ କ୍ଷମତା ରହିଛି । ଏଥିସହିତ ସେ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଆଦିବାସୀ ଭୋଟ ହାତେଇବା ଲକ୍ଷ୍ୟ ବି ରଖିଛି ।

ଆନ୍ଧ୍ରପ୍ରଦେଶ ଦାୟିତ୍ୱ ଦିଆଯାଇଛି ଡି ପୁରନ୍ଦେଶ୍ୱରୀଙ୍କୁ । ଡି ପୁରନ୍ଦେଶ୍ୱରୀ ବିଜେପି ସଂଗଠନର ସାଧାରଣ ସମ୍ପାଦକ। ଏହା ସହିତ ଆନ୍ଧ୍ରପ୍ରଦେଶ ରାଜନୀତିର ଶକ୍ତିଶାଳୀ ଚେହେରା ଘଞଜଙ୍କ ଝିଅ । ରାଜ୍ୟର ଦାୟିତ୍ୱ ପୁରନ୍ଦେଶ୍ୱରୀଙ୍କୁ ଦେଇ ଦଳ ଏକ ବାର୍ତ୍ତା ପଠାଇବାକୁ ଚାହୁଁଛି ଯେ ଏନଟିଆର ଉତ୍ତରାଧିକାରୀ ବିଜେପି ସହିତ ଅଛି। ଏହା ସହିତ ଦଳ ସାଧାରଣ ସମ୍ପାଦକ ଭାବରେ ଡି ପୁରନ୍ଦେଶ୍ୱରୀଙ୍କ ସାଂଗଠନିକ କ୍ଷମତା ମଧ୍ୟ ଦେଖିଛି।

Comments are closed.