Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଟିମରୁ କାହିଁକି ବାଦ ପଡିଲେ ଶୁଭମନ ଗିଲ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଆଶ୍ଚର୍ଯ୍ୟଜନକ ଭାବେ ଶୁଭମନ ଗିଲଙ୍କୁ ଦଳରୁ ବାଦ ଦିଆଯିବ ସହ ଅକ୍ଷର ପଟେଲଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଏପରିକି ଗିଲଙ୍କୁ ସମସ୍ତ ଫର୍ମାଟରେ ଦଳର ନେତୃତ୍ୱ ପ୍ରଦାନ କରାଯିବ ବୋଲି ରିପୋର୍ଟମାନ ପ୍ରକାଶ ପାଇଥିଲା । ଏବେ ଗିଲ ଟି୨୦ ଫର୍ମାଟରେ ରନ କରି ନ ପାରିବା ଏହାର ମୂଖ୍ୟ କାରଣ ଭାବେ ଦର୍ଶାଯାଇଛି । ଗିଲ ୧୫ଟି ମ୍ୟାଚରେ ୨୪.୨୫ ଆଭରେଜରେ ୨୯୧ ରନ କରିଥିଲେ । ସେ ଅର୍ଦ୍ଧଶତକ ମାରିବାରେ ମଧ୍ୟ ସଫଳ ହୋଇ ନାହାନ୍ତି ।

୨୦୨୩ରେ ଟି୨୦ ଫର୍ମାଟରେ ଗିଲ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ଓଭରାଲ ୩୬ ମ୍ୟାଚରେ ୨୮.୦୩ ଆଭରେଜରେ ୮୬୯ ରନ କରିଛନ୍ତି । ଗିଲ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିବା ସହ ଆବଶ୍ୟକ ପଡିଲେ ଡିଫେନ୍ସିଭ ମଧ୍ୟ ଖେଳିବା ଦକ୍ଷତା ରଖିଥାନ୍ତି । ଭାରତୀୟ ଦଳରେ ଏବେ ସମସ୍ତେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଥିବାରୁ ବ୍ୟାଟିଂ ବିପର୍ଯ୍ୟୟ ବେଳେ ଗିଲଙ୍କ ଅଭାବ ପରିଲକ୍ଷିତ ହୋଇପାରେ । ଅକ୍ଷର ପଟେଲ ପୂର୍ବରୁ ଚୟନ କମିଟିଙ୍କ ଯୋଜନାରେ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି ।

Leave A Reply

Your email address will not be published.