Latest Odisha News

BREAKING NEWS

କାହିଁକି ଶିଳ୍ପା ଶେଟ୍ଟି ବନ୍ଦ କଲେ ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବାନ୍ଦ୍ରା’  

ମୁମ୍ବାଇ: ମୁମ୍ବାଇର ଶିଳ୍ପା ଶେଟ୍ଟିଙ୍କ ମାଲିକାନାରେ ଥିବା ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବାନ୍ଦ୍ରା’ ବନ୍ଦ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଛି। ଅଭିନେତ୍ରୀ ନିଜର ସୋସିଆଲ ମିଡିଆ ସାଇଟରେ ଏହା ଘୋଷଣା କରିଛନ୍ତି।

ଏଥିସହିତ ସେ ଏକ ନୂତନ ଶୈଳୀରେ ରେଷ୍ଟୁରାଣ୍ଟକୁ ପୁନଃ ଲଞ୍ଚ କରିବାର ଯୋଜନା କରୁଥିବା ମଧ୍ୟ କହିଛନ୍ତି। ତେବେ ଶିଳ୍ପା ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ପଞ୍ଜିକୃତ ଠକେଇ ମାମଲା ଯୋଗୁଁ ଏହା ବନ୍ଦ ହେବାକୁ ଯାଉଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି।

ଆଲିଆ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡର ସ୍ଥାପନା ୨୦୧୦ ରେ ରଞ୍ଜିତ ବିନ୍ଦ୍ରା, କିନାଲ ଜାନି ଏବଂ ଟିନା ରଞ୍ଜିତ ବିନ୍ଦ୍ରାଙ୍କ ଦ୍ୱାରା ହୋଇଥିଲା ଓ ସେମାନେ ପ୍ରଥମେ ବାସ୍ତିଆନ୍ ରେଷ୍ଟୁରାଣ୍ଟ ଚେନ୍ ଆରମ୍ଭ କରିଥିଲେ। ପରେ ୨୦୧୬ରେ ବାସ୍ତିଆନ୍ ବାନ୍ଦ୍ରା ଖୋଲା ହୋଇଥିଲା ଓ ୨୦୧୯ରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟିଙ୍କ ସହ ମିଶି ସେମାନେ ୨୦୨୦ରେ ୱର୍ଲିରେ ଏହାର ଏକ ନୂତନ ଶାଖା ଆରମ୍ଭ କରିଥିଲେ।

ଏହା ବାନ୍ଦ୍ରାର ପଶ ଅଞ୍ଚଳରେ ଖୋଲାଯାଇଥିଲା ଓ ଆରମ୍ଭରୁ ଏହା ନିଜର ଚମତ୍କାର ସାଜସଜ୍ଜା, କ୍ୟୁରେଟେଡ୍ ମେନୁ ଏବଂ ଅନନ୍ୟ ପରିବେଶ ପାଇଁ ଚର୍ଚ୍ଚାରେ ରହିଆସିଛି। ତେବେ ବଡ଼ ବଡ଼ ଝୁମର, ୟୁରୋପୀୟ ଶୈଳୀର ସାଜସଜ୍ଜା ଏବଂ ଆଧୁନିକ ପରିବେଶ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଏହି ରେଷ୍ଟୁରାଣ୍ଟରେ କରୀନା କପୁର, କାର୍ତ୍ତିକ ଆର୍ୟନ, ଅନନ୍ୟା ପାଣ୍ଡେ, ଟାଇଗର ଶ୍ରଫ୍, ଦିଶା ପଟାନି ଏବଂ ସାରା ଅଲି ଖାନଙ୍କ ଭଳି ଷ୍ଟାରମାନଙ୍କୁ ବାରମ୍ବାର ଆସିବାର ମଧ୍ୟ ଦେଖାଯାଇଛି।

ତେବେ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ମୁମ୍ବାଇର ଜଣେ ବ୍ୟବସାୟୀ ଦୀପକ କୋଠାରୀ ୬୦.୪କୋଟି ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି। ଏହି ରାଶି ୨୦୧୫ରୁ ୨୦୨୩ ମଧ୍ୟରେ ନିବେଶ ପାଇଁ ଋଣ ଆକାରରେ ଦିଆଯାଇଥିଲା। କିନ୍ତୁ ପରେ ଏହାକୁ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଥିଲେ।

 

Comments are closed.