Latest Odisha News

କାହିଁକି ୯୫ ପ୍ରତିଶତ ଲୋକ ତାଙ୍କ ବାମ ହାତରେ ପିନ୍ଧନ୍ତି ଘଣ୍ଟା, ଜାଣନ୍ତୁ…

ଭୁବନେଶ୍ୱର: ହାତରେ ଘଣ୍ଟା ପିନ୍ଧିବା କାହିଁ କେତେ କାଳରୁ ଲୋକମାନଙ୍କର ସଉକ ହୋଇ ରହି ଆସିଛି l ସମୟ ସହିତ ଘଣ୍ଟା ଷ୍ଟାଇଲ ବଦଳିବ ସହ ଲୋକଙ୍କ ରୁଚି ବି ବଦଳୁଛି ଆଉ ପିନ୍ଧିବାର ଅଭ୍ୟାସ ମଧ୍ୟ l ସମୟ ଦେଖିବା ପାଇଁ ଆଜିକାଲି ଆଉ କେହି ହାତରେ ଘଣ୍ଟା ପିନ୍ଧୁନାହାନ୍ତି ବରଂ ନିଜର ଫ୍ୟାସନ ପାଇଁ ପିନ୍ଧୁଛନ୍ତି l ଏବେ ବି କିଛି ବୟସ୍କ ଲୋକ ଅଛନ୍ତି ଯେଉଁମାନେ ପୁରୁଣାରୁ ଅତି ପୁରୁଣା ଘଣ୍ଟା ସବୁକୁ ନିଜ ପାଖରେ ସାଇତି ରଖିଥାନ୍ତି l ତେବେ ସାଧାରଣତଃ ଆପଣ ମାନେ ପୁଅ ହୁଅନ୍ତୁ କି ଝିଅ ସେମାନଙ୍କ ହାତରେ ଘଣ୍ଟା ପିନ୍ଧିବାର ଷ୍ଟାଇଲ ଉପରେ କେବେ ନ କେବେ ନଜର ପକାଇଥିବେ ନିଶ୍ଚୟ l ଆଉ ସେତେବେଳେ ଆପଣଙ୍କ ମନକୁ ବି ଏକ ପ୍ରଶ୍ନ ଆସିଥିବା ଯେ କିଛି ଲୋକ ତାଙ୍କ ଡାହାଣ ହାତରେ ଘଣ୍ଟା ପିନ୍ଧୁଥିବାବେଳେ ଆଉ କିଛି ଲୋକ ତାଙ୍କ ବାମ ହାତରେ କାହିଁକି ଘଣ୍ଟା ପିନ୍ଧନ୍ତି l

ତେବେ କହିରଖୁଛୁ ଯେ ଘଣ୍ଟା ପିନ୍ଧିବା ପାଇଁ ସେପରି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ l ଝିଅ ଏବଂ ପୁଅମାନେ ସେମାନଙ୍କ ସୁବିଧା ଓ ପସନ୍ଦ ଅନୁଯାୟୀ ହାତରେ ଘଣ୍ଟା ପିନ୍ଧନ୍ତି l କେହି କେହି ବାମ ହାତରେ ଘଣ୍ଟା ପିନ୍ଧୁଥିବା ବେଳେ କେହି କେହି ଡାହାଣ ହାତରେ ଘଣ୍ଟା ପିନ୍ଧନ୍ତି l ସେପରି କେହି କେହି ଘଣ୍ଟାକୁ ତଳମୁହାଁ କରି ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ କେହି କେହି ଏହାକୁ ଉପରମୁହାଁ କରି ପିନ୍ଧନ୍ତି l କିନ୍ତୁ ଅଧିକାଂଶ ଲୋକ ବାମ ହାତରେ ଘଣ୍ଟା ପିନ୍ଧନ୍ତି l କାରଣ ଏହାଦ୍ୱାରା ଘଣ୍ଟା ସୁରକ୍ଷିତ ରହିବା ସହ ବାରମ୍ବାର ସମୟ ଯାଞ୍ଚ କରିବାରେ କୌଣସି ଅସୁବିଧା ହେବନାହିଁ l ଏହା ବ୍ୟତୀତ ଲେଖିବା ସମୟରେ ଯେପରି ଘଣ୍ଟା କାରଣରୁ କୌଣସି ସମସ୍ୟା ନହୁଏ l ସେହିପରି ଅନେକ ଲୋକ ଲେଖିବା, ଖାଇବା କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ସେମାନଙ୍କର ଡାହାଣ ହାତକୁ ବ୍ୟବହାର କରନ୍ତି l ତେଣୁ, ବାମ ହାତରେ ଘଣ୍ଟା ପିନ୍ଧିବା ସବୁକାର୍ଯ୍ୟରେ ସୁବିଧା ହୋଇଥାଏ l

ତେବେ ଏହା ସମସ୍ତେ କରନ୍ତି ନାହିଁ l କିଛିକାଂଶ ଲୋକ ଡାହାଣ ହାତରେ ଘଣ୍ଟା ପିନ୍ଧନ୍ତି l କିଛି ଘଣ୍ଟାର ଡିଜାଇନ୍ ଏପରି ହୋଇଥାଏ ଯେ ଏକ ନିର୍ଦ୍ଦିଷ୍ଟ ହାତରେ ହିଁ ଏହାକୁ ପିନ୍ଧା ଯାଇପାରିବ l ଏପରିକି ଅନେକ ଲୋକ ନିଜ ପୋଷାକ ଅନୁସାରେ ମଧ୍ୟ ଘଣ୍ଟା ପିନ୍ଧନ୍ତି l ପୋଷାକର ଡିଜାଇନ ଅନୁସାରେ ଘଣ୍ଟାକୁ ମଧ୍ୟ ଫ୍ୟାଶନେବଲ କରନ୍ତି l ସେହିପରି ବାମହାତରେ କାମ କରୁଥିବା ଲୋକମାନେ ସେମାନଙ୍କର ଡାହାଣ ହାତରେ ଘଣ୍ଟା ପିନ୍ଧିବାକୁ ପସନ୍ଦ କରନ୍ତି l

Leave A Reply

Your email address will not be published.