Latest Odisha News

୧୬୨୮ ଦିନ ପରେ କେକେଆର ପକ୍ଷରୁ ଖେଳିଲେ ନାହିଁ ଏହି ଷ୍ଟାର ଖେଳାଳି

ଗୌହାଟୀ: ଇଣ୍ଡିଆନ ପ୍ରିମିୟର ଲିଗରେ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ ରାଇର୍ଡସର ଷ୍ଟାର ଅଲରାଉଣ୍ଡର ସୁନୀଲ ନାରିନ ଖେଳି ନାହାନ୍ତି । ଏହା ପୂର୍ବରୁ ସୁନୀଲ କ୍ରମାଗତ ଭାବେ କେକେଆର ପକ୍ଷରୁ ଖେଳି ଆସିଛନ୍ତି । ୧୬୨୮ ଦିନ ପରେ ସେ ଆଇପିଏଲରେ କେକେଆର ପାଇଁ ପଡିଆକୁ ଓହ୍ଲାଇ ନାହାନ୍ତି । ସେ ଅସୁସ୍ଥ ଥିବାରୁ ଏହି ମ୍ୟାଚରେ ଖେଳିପାରି ନାହାନ୍ତି ବୋଲି ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଛନ୍ତି । ଏହା ପୂର୍ବରୁ ୨୦୨୦ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଖେଳି ନ ଥିଲେ । ସୁନୀଲ ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ଆରସିବି ବିପକ୍ଷରେ ୪୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।

କେକେଆର ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ୱିକେଟ ହରାଇ ୧୫୧ ରନ କରିଛି । ଧ୍ରୁବ ଜୁରେଲ ଦଳ ପକ୍ଷରୁ ସର୍ବାଧିକ ୩୩ ରନ କରିଥିଲେ । କେକେଆରର ସମସ୍ତ ବୋଲର ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ବରୁଣ ଚକ୍ରବର୍ତି, ମୋଇନ ଅଲୀ, ହର୍ଷିତ ରାଣା ଓ ବୈଭବ ଆରୋରା ୨ଟି ଲେଖାଏଁ ୱିକେଟ ନେଇଥିଲେ ।

Comments are closed.