Latest Odisha News

ମହାକାଶରେ ରହିଲେ ଶରୀରରେ କ’ଣ ପ୍ରଭାବ ପଡ଼େ? ପୃଥିବୀକୁ ଫେରିଲେ କେମିତି ରହିବ ସୁନୀତାଙ୍କ ସ୍ୱାସ୍ଥ୍ୟ

ନୂଆଦିଲ୍ଲୀ : ବୁଧବାର ଭୋର ସାଢେ ୩ ଟାରେ ପୃଥିବୀକୁ ଫେରିବେ ସୁନୀତା ୱିଲିୟମସ । ଦୀର୍ଘ ୯ ମାସ ପରେ ଘରକୁ ଫେରିବେ ଭାରତୀୟ ବଂଶଦଭବ ମହାକାଶଚାରୀ। ଫ୍ଲୋରିଡ଼ା ସ୍ଥିତ କେନେଡି ସ୍ପେଶ ଷ୍ଟେସନ ନିକଟ ସମୁଦ୍ରରେ ଲ୍ୟାଣ୍ଡ କରିବ ସ୍ପେଶ ଏକସ କ୍ରିଉ ଡ୍ରାଗନ-୯ କ୍ୟାପସୁଲ୍ । ସୁନାତାଙ୍କ ସହ ବଚ୍‌ ୱିଲମୋର , ନିକ୍ ହେଗ, ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡାର ଗୋର୍ବନୁଭ ମଧ୍ୟ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ। ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ରହିବାର ମହାକାଶ କେନ୍ଦ୍ରରେ ପହଞ୍ଚି ସାରିଛି ସ୍ପେଶ ଏକ୍ସ କ୍ରିଉ ଡ୍ରାଗନ-୧୦ । CREW-10 ମିଶନରେ ଆମେରିକାର ୨ ଜଣ ମହାକାଶଚାରୀ ଏନି ସି । ମ୍ୟାକ୍‌କ୍ଲେନ୍‌ ଏବଂ ନିକୋଲ ଏୟର୍ସ ଅଛନ୍ତି, ଜାପାନର ଅନିସି ତାକୁୟା ଓ ରୁଷିଆର କିରିଲ ପେସ୍‌କୋଭ ସାମିଲ ଅଛନ୍ତି… ଏମାନେ ଆଇଏସଏସର ପରବର୍ତ୍ତୀ କାର୍ଯ୍ୟକୁ ଆଗେଇ ନେବେ। ତେବେ ପୃଥିବୀକୁ ଫେରିବା ପାଇଁ ପାଣିପାଗ ଅନୁକୂଳ ହେବା ନିହାତି ଜରୁରୀ…

ପୃଥିବୀକୁ ଫେରିବା ପରେ ଅନେକ ଚ୍ୟାଲେଞ୍ଜର ସାମନା କିରପାରନ୍ତି ସୁନୀତା ୱିଲିୟମସ। ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। କାରଣ ଜିରୋ ଗ୍ରାଭିଟି ବା ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତିରେ ମଣିଷ ପାଇଁ ସେତେଟା ସହଜ ନୁହେଁ। ଜିରୋ ଗ୍ରାଭିଟି ରେ ରହିବା ଦ୍ବାରା ମଣିଷ ତାର ଓଜନ ହରାଏ। ଶୂନ୍ୟରେ ଉଡ଼ିଥାଏ। ବିଶେଷଜ୍ଞଙ୍କ କହିବା କଥା ଗ୍ରାଭିଟି ବା ମାଧ୍ୟକର୍ଷଣ ଶକ୍ତି ଯୋଗୁଁ ମଣିଷ ପୃଥିବୀ ପୃଷ୍ଠରେ ଚଲାବୁଲା କରିଥାଏ । କିନ୍ତୁ ଅଧିକ ଦିନ ମହାଶୂନ୍ୟରେ ରହିବା ଯୋଗୁଁ ଚଳନ ଶକ୍ତି ହରାଇଥାଏ ମଣିଷ । ଶୀଘ୍ର ବାର୍ଦ୍ଧକ୍ୟ ଅନୁଭବ କରିଥାନ୍ତି। ଆଉ ଏକ ପ୍ରମୁଖ ସମସ୍ୟା ହେଉଛି ନିଦ୍ରାହୀନତ । କାରଣ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଗୋଟିଏ ଦିନରେ ପୃଥିବୀକୁ ୧୬ ଥର ଚକର ଲଗାଇ ଥାଏ। ସେଠାରେ ଥିବା ମହାକାଶଚାରୀମାନେ ୧୬ ଥର ଦିନ, ରାତି ଦେଖିଥାନ୍ତି । କମ୍ ସମୟ ଶୋଇବା କାରଣରୁ ନିଦ୍ରାହୀନତାର ଶିକର ହୋଇଥାନ୍ତି ମହାକାଶଚାରୀ।

ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇଥିବା ସୁନୀତାଙ୍କ ରହଣି ଯେ, ୯ ମାସରୁ ଅଧିକ ହେବ ସେ କେବେ ଚିନ୍ତା କରି ନଥିଲେ । ବିନା ପ୍ରସ୍ତୁତିରେ ୯ ମାସରୁ ଅଧିକ ସମୟ ମହାକଶରେ ରହିଲେଣି ସୁନୀତା । ତେବେ ସେ ଜଣେ ଅନୁଭବୀ ମହାକାଶଚାରୀ। ମହିଳା ମହାକାଶଚାରୀ ଭାବେ ଥରକରେ ଦୀର୍ଘ ସମୟ ମହାକଶରେ ରହିବାର ରେକର୍ଡ ସୁନୀତାଙ୍କ ନାଁରେ ରହିଛି। ୬୨ ଘଣ୍ଟାର ଅଧିକ ସମୟ ସ୍ପେଶୱାକ କରିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି। ମହାକାଶଚାରୀମାନେ କିଭଳି ଫିଟ୍ ରହିବେ ସେଥିପାଇଁ ଯଥେଷ୍ଟ ଧ୍ୟାନ ଦେଇଥାଏ ନାସା ।

Leave A Reply

Your email address will not be published.