Latest Odisha News

ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେନି ଗମ୍ଭୀର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମ ପ୍ରଥମ ୨ଟି ମୁକାବିଲାରେ ଶୋଚନୀୟ ଭାବେ ପରାଜୟବରଣ କରିଛି । ସିରିଜ ହାତଛଡା କରିବା ପରେ କ୍ରିକବିଜର ଏକ ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେନି । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ କୋଚ ଦାୟିତ୍ୱ ତୁଲାଇବେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୪ଟି ଟି୨୦ ମ୍ୟାଚ ଖେଳିବ । ନଭେମ୍ବର ୮ରୁ ଏହି ସିରିଜ ଆରମ୍ଭ ହେବ । ନଭେମ୍ବର ୩ରେ ଟିମ ଇଣ୍ଡିଆ ଏହି ଗସ୍ତରେ ଯିବ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ଘୋଷଣା କରାଯାଇ ନାହିଁ ।

ଅପରପକ୍ଷରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆ ନଭେମ୍ବର ୧୦ କିମ୍ବା ୧୧ରେ ଗସ୍ତ କରିବ । ଦକ୍ଷିଣ ଆଫ୍ରିକା ଗସ୍ତରେ ଲକ୍ଷ୍ମଣଙ୍କ ସହ ଏନସିଏରେ କାର୍ଯ୍ୟରତ ସାଇରାଜ ବହୁତଲେ, ହ୍ରିଷିକେଶ କାନିତକାର ଓ ସୁଭାଦୀପ ଘୋଷ ସହଯୋଗୀ ଷ୍ଟାଫ ଭାବେ ଦାୟିତ୍ୱ ତୁଲାଇବେ । ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା ହୋଇସାରିଛି ।

Leave A Reply

Your email address will not be published.