Latest Odisha News

BREAKING NEWS

କାହିଁକି ଆମର ରାଷ୍ଟ୍ର ଭାଷା ହେଲା ହିନ୍ଦୀ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆଜି ହିନ୍ଦୀ ଦିବସ । ଇଂରାଜୀ ଭାଷାର ବୃଦ୍ଧି ଏବଂ ହିନ୍ଦୀର ଭାଷାର ଅଣଦେଖାକୁ ରୋକିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ସାରା ଦେଶ ହିନ୍ଦୀ ଦିବସ ଭାବେ ପାଳନ କରିଥାଏ। ଦେଶ ସ୍ବାଧୀନ ହେବା ପରେ ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ସମ୍ବିଧାନ ସଭାରେ ଏକମତରେ ହିନ୍ଦୀକୁ ରାଷ୍ଟ୍ର ଭାଷାର ଘୋଷଣା କରାଯାଇଥିଲା। ଏହା ପରଠାରୁ ପ୍ରତ୍ୟେକ ବର୍ଷ ୧୪ ସେପ୍ଟେମ୍ବରକୁ ହିନ୍ଦୀ ଦିବସ ରୂପେ ପାଳନ ହେବାକୁ ଲାଗିଲା।

ଆମ ଦେଶ ଏକ ସାର୍ବଭୌମ ରାଷ୍ଟ୍ର । ଏଠି ବିଭିନ୍ନ ଧର୍ମ ଓ ବିଭିନ୍ନ ଭାଷା ଭାଷୀର ଲୋକ ଏକାଠି ରହିଥାନ୍ତି । କୁହାଯାଏ ୧୯୪୭ ମସିହାରେ ଯେତେବେଳେ ଭାରତକୁ ସ୍ୱାଧୀନତା ମିଳିଲା ସେତେବେଳେ ଭାଷାକୁ ନେଇ ଦେଖା ଦେଲା ଅସନ୍ତୋଷ । କାରଣ ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଭାଷା ବ୍ୟବହାର ହେଉଥିବାରୁ କେଉଁ ଭାଷାକୁ ରାଷ୍ଟ୍ର ଭାଷା କରାଯିବ ତାକୁ ନେଇ ଉପୁଜି ଥିଲା ସମସ୍ୟା । ତେବେ ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ୧୪ ସେପ୍ଟେମ୍ଭର ୧୯୪୯ ରେ ବିଧିବଧ ଭାବେ ହିନ୍ଦୀ ଭାଷାକୁ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ହେଲେ ୧୯୫୩ ମସିହାରେ ଆଜିର ଦିନରେ ପ୍ରଥମ ଥର ପାଇଁ ହିନ୍ଦୀ ଦିବସ ପାଳନ  କରାଯାଇଥିଲା। ସେବେଠୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି।

ସେହିପରି ଜବଲପୁରରେ ପ୍ରସିଦ୍ଧ ସାହିତ୍ୟିକ ରାଜେନ୍ଦ୍ର ସିଂହଙ୍କ ଏହି ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଯିଏ କି ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ତାଙ୍କ ଜନ୍ମଦିନକୁ ଏହି ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି। ହିନ୍ଦୀର ସ୍ବତନ୍ତ୍ରତା ଏହା ଯେ ଏଥିରେ ଯେଉଁ ଶବ୍ଦକୁ ଯେଉଁଭଳି ଭାବେ ଉଚ୍ଚାରଣ କରାଯାଉଛି, ତାହାକୁ ଲିପିରେ ମଧ୍ୟ ସେହିଭଳି ଉଚ୍ଚାରଣ କରାଯାଇଥାଏ। ଦେଶର ୭୭ ପ୍ରତିଶତ ଲୋକ ହିନ୍ଦୀ ଭାଷାକୁ କହୁଛନ୍ତି, ପଢ଼ୁଛନ୍ତି, ଲେଖୁଛନ୍ତି ଏବଂ ବୁଝି ପାରୁଛନ୍ତି।

Comments are closed.