Latest Odisha News

BREAKING NEWS

ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କ ମୃତ୍ୟୁକୁ ନେଇ କାହିଁକି ପ୍ରଶ୍ନ ଉଠୁଛି ?

ମୁମ୍ବାଇ: ଟିକଟକ କୁଇନ ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ହୃଦଘାତରେ ତାଙ୍କର ମୃତ୍ୟୁ ପଛରେ ଆଉ କିଛି ଗୁମର ଥାଇପାରେ ବୋଲି କୁହାଯାଉଛି। ମୃତ ସୋନାଲିଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଫୋଗାଟ ହୃଦଘାତରେ ମୃତ୍ୟୁ ବରଣ କରି ନାହାନ୍ତି ବରଂ ଷଡଯନ୍ତ୍ର କରି ତାଙ୍କୁ ମାରି ଦିଆଯାଇଛି । ସୋନାଲି ଫୋଗାଟଙ୍କ ପରିବାର ଲୋକ ଏପରି ଅଭିଯୋଗ ଥାନାରେ କରିବା ପରେ ଏହି ଘଟଣା ଏବେ ରହସ୍ୟ ଆଡକୁ ମୁହାଁଉଛି।

ସୋନାଲିଙ୍କ ଭାଇ ଗୋଆ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀଙ୍କୁ ତାଙ୍କର ଦୁଇ ସହଯୋଗୀ ହତ୍ୟା କରିଛନ୍ତି। ଏହି ସମୟରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ଫୋଗାଟଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ପୋଲିସ ବିସ୍ତୃତ ଭାବେ ତଦନ୍ତ କରୁଛି। ଫୋଗାଟଙ୍କ ଭାଇ ରିଙ୍କୁ ଢାକା ଦାବି କରିଛନ୍ତି ଯେ ମୃତ୍ୟୁ ପୂର୍ବରୁ ସୋନାଲି ଫୋଗାଟ ତାଙ୍କ ମା, ଭଉଣୀ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ ଏବଂ ଏହି ସମୟରେ ସେ ତାଙ୍କ ଦୁଇ ସହଯୋଗୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।

ଉତ୍ତର ଗୋଆର ଅଞ୍ଜୁନାସ୍ଥିତ ସେଣ୍ଟ ଆନ୍ଥୋନି ହସ୍ପିଟାଲରେ ମଙ୍ଗଳବାର ସକାଳେ ବିଜେପି ନେତା ଫୋଗାଟ (୪୨)ଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଥିଲେ ଯେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା ରହିଛି। ଫୋଗାଟଙ୍କ ଭାଇ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନଙ୍କୁ ଯୌନ ଶୋଷଣ ଏବଂ ଅଶ୍ଳୀଳ ଭିଡିଓ କରୁଥିବା ଅଭିଯୋଗ କରିଛନ୍ତି। ଫୋଗଟଙ୍କ ଭାଇ କହିଛନ୍ତି ଯେ ସୋନାଲି ତାଙ୍କ ମାଙ୍କୁ କହିଥିଲେ ଯେ ସୁଧୀର ସାଙ୍ଗୱାନ୍ ତାଙ୍କୁ ଖାଇବାକୁ କିଛି ଭୁଲ୍ ଦେଇଛନ୍ତି।

ସୋନାଲିଙ୍କ ଭାଇ କହିଛନ୍ତି ଯେ ସୋନାଲି ଫୋଗାଟ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ଫୋନରେ ଅଭିଯୋଗ କରିଥିଲେ। ସେ ଦାବି କରିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ହରିଆଣାର ତାଙ୍କ (ଭଉଣୀ ଫୋଗେଟ୍) ଫାର୍ମହାଉସରୁ ସିସିଟିଭି କ୍ୟାମେରା, ଲାପଟପ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ନିଖୋଜ ହୋଇଯାଇଛି।

Comments are closed.