Latest Odisha News

BREAKING NEWS

ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ରଖାଯାଇଥିଲା ଟଙ୍କା: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ କାହିଁକି ଜଗନ୍ନାଥଙ୍କ ଟଙ୍କା ଜମା ହୋଇଥିଲା । ଏହି ପ୍ରଶ୍ନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର୍ ଧରିି । ଏହାରି ଭିତରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଟଙ୍କା ଜମା କରାଯାଇଥିବା ନେଇ କହିଛନ୍ତି ଅର୍ଥମନ୍ତ୍ରୀ ।
ଶ୍ରୀମନ୍ଦିର ଟଙ୍କା ରଖିବାକୁ ମୋଟ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲା । କିନ୍ତୁ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ପ୍ରସ୍ତାବ ଦେଇଥିବାରୁ ଜଗନ୍ନାଥ ଟଙ୍କା ଏଥିରେ ଜମା କରାଯାଇଥିଲା । ଜଗନ୍ନାଥଙ୍କ ଅର୍ଥ ଏହି ବ୍ୟାଙ୍କରେ ଗୋଟିଏ ବର୍ଷ ପାଇଁ ଜମା କରାଯାଇଥିଲା । ତେବେ ମାର୍ଚ୍ଚ ୫, ୨୦୨୦ ପୂର୍ବରୁ ୟେସ୍ ବ୍ୟାଙ୍କ ସହ କାରବାର ନ କରିବାକୁ କୌଣସି ସୂଚନା ଆସିନଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.