କାଠମାଣ୍ଡୁ: ନେପାଳରେ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି। ୨୦୨୪ ଜୁଲାଇରୁ ନଭେମ୍ବର ମଧ୍ୟରେ ନେପାଳ ପ୍ରାୟ ୪୬୦ ବିଲିୟନ ଟଙ୍କାର କ୍ଷତି ସହି ସାରିଲାଣି। ତେବେ ଏହା ମୁଖ୍ୟତଃ ଆମଦାନୀ ଏବଂ ରପ୍ତାନି ମଧ୍ୟରେ ଅସନ୍ତୁଳିତ ପରିସ୍ଥିତି ଯୋଗୁ ହୋଇଥିବା କୁହାଯାଉଛି।
ତେବେ ଆର୍ଥିକ ବର୍ଷର ଏହି ଚାରି ମାସରେ ନେପାଳ ୫୧୩.୩୮ ବିଲିୟନ ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିବାବେଳେ ରପ୍ତାନି କେବଳ ୫୨.୬୭ ବିଲିୟନ ଟଙ୍କା ମଧ୍ୟରେ ସୀମିତ ରହିଯାଇଛି।
କଷ୍ଟମ୍ସ ବିଭାଗ ଅନୁଯାୟୀ, ଗତ ବର୍ଷ ତୁଳନାରେ ଏଥର ଜୁଲାଇରୁ ନଭେମ୍ବର ମଧ୍ୟଭାଗର ଆମଦାନୀରେ ୦.୧୭ ପ୍ରତିଶତ ବୃଦ୍ଧି ଏବଂ ରପ୍ତାନିରେ ୪.୧୬ ପ୍ରତିଶତ ବୃଦ୍ଧି ଘଟିଛି।
ଏହା ମଧ୍ୟରେ ନେପାଳ ଓ ଭାରତର ବ୍ୟବସାୟିକ ସମ୍ପର୍କ ଉପରେ ମଧ୍ଯ ପ୍ରଭାବ ଦେଖାଦେଇଛି। ଏପରିକି ଉଭୟଙ୍କ ମଧ୍ଯରେ ୨୮୧ ବିଲିୟନ ଟଙ୍କାର କ୍ଷତି ହୋଇଛି। ଉଦାହରଣ ସ୍ୱରୂପ, କେବଳ ଜୁଲାଇରୁ ନଭେମ୍ବର ମଧ୍ୟରେ ନେପାଳ ଭାରତରୁ ୩୧୭ ବିଲିୟନ ଟଙ୍କା ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିବାବେଳେ ସେଥିମଧ୍ୟରୁ ଡିଜେଲ, ପେଟ୍ରୋଲ ଏବଂ ଏଲପିଜି ଇତ୍ୟାଦି ପ୍ରମୁଖ ଥିଲା। ତେବେ ଏହା ବଦଳରେ ନେପାଳ ଭାରତକୁ ମାତ୍ର ୩୬ ବିଲିୟନ ଟଙ୍କା ମୂଲ୍ୟର ସାମଗ୍ରୀ ଦେଇଛି।
ତେବେ ଓଲି ସରକାର ଚୀନ ସହ ବିଆରଆଇ (ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ, ଯାହାକୁ ଭାରତ ବିରୋଧ କରିଥିଲା। ବୋଧହୁଏ ଏହି କାରଣରୁ ନେପାଳ ଅର୍ଥନୈତିକ କ୍ଷତି ସହିଛି। ଏହାର ସମାଧାନ ପାଇଁ ନେପାଳକୁ ରପ୍ତାନି ବଢାଇବାକୁ ପଡିବ ଏବଂ ଆମଦାନୀ ଉପରେ କମ ନିର୍ଭରଶୀଳ ହେବାକୁ ପଡିବ। ଏହା ସହିତ ଉଭୟ ଚୀନ୍ ଏବଂ ଭାରତ ସହିତ ସନ୍ତୁଳିତ ବାଣିଜ୍ୟ ଏବଂ କୂଟନୈତିକ ସମ୍ପର୍କ ବଜାୟ ରଖିବା ମଧ୍ଯ ଆବଶ୍ୟକ।
Comments are closed.