Latest Odisha News

BREAKING NEWS

ପ୍ରଥମ ସ୍ଵାଧିନତା ଦିବସରେ କାହିଁକି ଗାନ ହୋଇନଥିଲା ଜାତୀୟ ସଂଗୀତ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୧୫ ଅଗଷ୍ଟରେ ସମଗ୍ର ଦେଶରେ ପାଳନ କରାଯିବ ୭୮ତମ ସ୍ୱାଧୀନତା ଦିବସ ।୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧିନତା ପାଇଥିଲା ଆମ ଦେଶ ଭାରତ । ପ୍ରତିବର୍ଷ ଦିଲ୍ଲୀର ଲାଲ୍ କିଲ୍ଲା ସମେତ ଦେଶର ପ୍ରତ୍ୟକ କୋଣ ଅନୁକୋଣରେ ପତାକା ଉତ୍ତଳନ ହେବା ଜାତୀୟ ସଂଗୀତ ଗାନ କରିଥାଆନ୍ତି ଲୋକେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଦେଶ ସ୍ଵାଧୀନ ହେବା ପରେ ଯେତେବେଳେ ପ୍ରଥମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ସେତେବେଳେ ଏହି ଜାତୀୟ ସଙ୍ଗୀତ ଗାନ କରାଯାଇନଥିଲା । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ ।

୧୯୧୧ ମସିହାରେ ରବୀନ୍ଦ୍ରନାଥ ଟାଗୋର ଦେଶର ଜାତୀୟ ସଂଗୀତ ‘ ଜନ ଗଣ ମନ ‘ ଲେଖିଥିଲେ । କିନ୍ତୁ ଏହାକୁ ୧୯୫୦ ମସିହାରେ ଜାତୀୟ ସଂଗୀତ ଭାବରେ ମାନ୍ୟତା ଦିଆଯାଇଥିଲା । ବାସ୍ତବରେ, ସ୍ୱାଧୀନତା ସଂଗ୍ରାମ ସମୟରେ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ‘ ଜନ ଗଣ ମନ ‘ ସେତେଟା ଲୋକପ୍ରିୟ ହୋଇପାରି ନଥିଲା । କିନ୍ତୁ ବନ୍ଦେ ମାତାରାମ ଓ  ସାରେ ଜାହାନ୍ ସେ ଆଛା ଗୀତ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ଏହି ଗୀତଗୁଡ଼ିକ ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକମାନଙ୍କ ମନରେ ଦେଶ ପ୍ରେମ ଜାଗ୍ରତ କରିଥିଲା ଏବଂ ବିଜୟର ପ୍ରେରଣା ଦେଇଥିଲା । ଯାହାର ପ୍ରଭାବ ୧୯୪୭ ମସିହାରେ ସମଗ୍ର ବିଶ୍ୱରେ ଦୃଶ୍ୟମାନ ହେଉଥିଲା |

ଯେତେବେଳେ ଦେଶ ସ୍ଵାଧୀନତା ପାଇଥିଲା ସେତେବେଳେ ଆମର କୌଣସି ଜାତୀୟ ସଂଗୀତ ନଥିଲା, ତେଣୁ ପ୍ରଥମ ସ୍ୱାଧୀନତା ଦିବସରେ ଜାତୀୟ ସଂଗୀତ ଗାନ କରାଯାଇ ନଥିଲା । ସେତେବେଳେ ଜାତୀୟ ସଂଗୀତ ପାଇଁ ‘ ଜନ ଗଣ ମନ ‘ ଏବଂ ‘ ବନ୍ଦେ ମାତାରାମ ‘ ମଧ୍ୟରେ ମତଦାନ କରାଯାଇଥିଲା । ଅନେକ ବିବାଦ ପରେ ବନ୍ଦେ ମାତାରାମ ସର୍ବାଧିକ ଭୋଟ୍ ପାଇଥିଲା । କିନ୍ତୁ ସର୍ବାଧିକ ଭୋଟ ପାଇବା ସତ୍ତ୍ୱେ ମଧ୍ୟ ‘ ବନ୍ଦେ ମାତାରାମ ‘ ଜାତୀୟ ସଙ୍ଗୀତରେ ପରିଣତ ହୋଇନଥିଲା । ପରେ ୧୯୫୦ ମସିହାରେ ଯେତେବେଳେ ସମ୍ବିଧାନ ପ୍ରସ୍ତୁତ ହେଲା ସେତେବେଳେ ‘ ଜନ ଗଣ ମନ ‘ ଜାତୀୟ ସଙ୍ଗୀତ ଭାବରେ ମାନ୍ୟତା ପାଇଲା।

Comments are closed.