ନୂଆଦିଲ୍ଲୀ: ଶିକ୍ଷା ଲାଭ କରିଥିଲେ । ହେଲେ ଶିକ୍ଷା ଭୁଲିଗଲେ କି ପାକ ପ୍ରଧାନମନ୍ତ୍ରୀ ? ପ୍ରଥମେ ନେହୁରା ହେଲେ କିନ୍ତୁ ପରେ ପଲଟି ଗଲେ କାହିଁକି ? ୨୪ ଘଣ୍ଟା ପରେ କାହିଁକି ବଦଳିଗଲା ସ୍:ର ? ଯୁଦ୍ଧ ବରବାଦି ଆଣି ଦେଇଛି ବୋଲି କହୁଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ଚାହୁଁଥିଲେ । ହେଲେ ପୁଣି କ’ଣ ହେଲା ଯେ ସେଇ ମୁହଁରୁ ବାହାରୁଛି ଏବେ ଯୁଦ୍ଧର କଥା ?
ଦୁବଇର ଏକ ନ୍ୟୁଜ ଚାନେଲକୁ ସାକ୍ଷାତ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ, ଦେଶ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନ ଭାରତ ସହ ଶାନ୍ତି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛି । ସେ ଆହୁରି କହିଥିଲେ, ତିନିଟି ଯୁଦ୍ଧ ଲଢି ଆମେ କେବଳ ଦୁଃଖ, ଦାରିଦ୍ର୍ୟ ଏବଂ ବେକାରୀ ପାଇଛୁ । ଆମେ ଯୁଦ୍ଧରୁ ଉଚିତ ଶିକ୍ଷା ପାଇସାରିଛୁ । ତେଣୁ ଏବେ ଭାରତ ସହ ଶାନ୍ତିର ସହ ରହିବାକୁ ଚାହୁଛୁ ।
୍ଣହଲେ ଏହାର ମାତ୍ର ୨୪ ଘଣ୍ଟା ପୁରିନି, କେମିତି ବଦଳିଗଲା ପାକ ପ୍ରଧାନମନ୍ତ୍ରୀଙ୍କ ସ୍:ର ? ପ୍ରଧାନମନ୍ତ୍ରୀଙ୍କ ଅଫସରୁ ବିବୃତ୍ତି ଜାରି କରାଗଲା, କାଶ୍ମୀର ହେଉଛି ମୁଖ୍ୟ ପ୍ରସଙ୍ଗ । କାଶ୍ମୀରରୁ ୩୭୦ ଧାରା ପୁନର୍ବାର ଲାଗୁ ନ ହେବା ପର୍ଯ୍ୟନ୍ତ ଶାନ୍ତି ଆଲୋଚନା ନାହିଁ ।
ପାକ ପ୍ରଧାନମନ୍ତ୍ରୀ ଯେ କାହା ଚାପରେ ଏପରି ସ୍:ର ବଦଳାଇଛନ୍ତି ଏହା ସ୍ପଷ୍ଟ । ତେବେ କାହାର ଏ ଚାପ ? କଠୋରପନ୍ଥୀ ସଂଗଠନର ଚାପ ନା ସେନାର ଚାପ ? ଚାପ ଯାହାର ହେଉନା କାହିଁକି ପାକିସ୍ତାନର ସୁପ୍ରିମ ପ:ାର ଯେ ଏହି ଚାପ ସାମ୍ନାରେ କେତେ ଅସହାୟ ତାହା ସ୍ପଷ୍ଟ ହୋଇଛି ।
BREAKING NEWS
- +2 Evaluation: ଏପ୍ରିଲ୍ ୨ରୁ ଯୁକ୍ତ ଦୁଇ ଖାତା ଦେଖା
- ପୁଣି କମ୍ପିବ ବିଧାନସଭା, ମୁହାମୁହିଁ ହେବେ ଶାସକ-ବିରୋଧୀ
- ରାଜ୍ୟରେ ଝଡ଼ବର୍ଷା ଭୟ, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
- ଓଡ଼ିଶାରେ ଗବେଷଣା କେନ୍ଦ୍ର ଖୋଲିବ ହାଇଦ୍ରାବାଦର ଏହି ହସ୍ପିଟାଲ
- ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଓଡ଼ିଶା ଉତ୍ସବ;ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ…
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୪ଜଣଙ୍କ ଜୀବନ, ଦୁଇ ଗୁରୁତର
- Puri Jagannath temple: ସୋମବାର ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
- ରାୟଗଡ଼ାରେ ୭ ବର୍ଷର ଶିଶୁକୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ଟଙ୍କା ପାଇଁ ହତ୍ୟା କରିଥିଲା ଦାଦା
- ‘ବିଜୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଗଲା ଓ ପୋଡ଼ଗଲା ବେଳେ ଦିଲ୍ଲୀପ ମୁହଁ ଖୋଲି ନଥିଲେ’
- ଦୂର ହେଲା ଅନେକ ଭ୍ରମ: ଭାରତକୁ ତୃତୀୟ ଟି୨୦ ବିଶ୍ୱକପ ଟାଇଟଲ
Comments are closed.