Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ପାକିସ୍ତାନ ମନା କରିଥିଲେ ବି ମ୍ୟାଚ ଖେଳିବାକୁ ଯିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ଗ୍ରୁପ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ ଖେଳିବ ନାହିଁ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ତେବେ ଏହା ସତ୍ୱେ ନିୟମ ଅନୁସାରେ ଭାରତୀୟ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ । ସେଠାରେ ମ୍ୟାଚ ପୂର୍ବରୁ ପ୍ରେମାଦାସା ଷ୍ଟାଡିୟମରେ ସୂର୍ଯ୍ୟକୁମାର ଯାଦବ ଟସ ପାଇଁ ଅପେକ୍ଷା କରିବେ । ଯଦି ପାକିସ୍ତାନ ଅଧିନାୟକ ସଲମାନ ଅଲୀ ନ ଆସିବେ ତେବେ ଭାରତକୁ ସମ୍ପୂର୍ଣ୍ଣ ପଂଏଟ ପ୍ରଦାନ କରାଯିବ । ପାକିସ୍ତାନ ଆସିବନି ବୋଲି ଭାବି ଟିମ ଇଣ୍ଡିଆ ପଡିଆକୁ ନ ଗଲେ ଉଭୟ ଟିମକୁ ଗୋଟିଏ ଲେଖାଏଁ ପଂଏଟ ମିଳିବ । ଏବେ ବି ପାକିସ୍ତାନ ନିକଟରେ ନିଷ୍ପତି ବଦଳାଇବା ପାଇଁ ସୁଯୋଗ ରହିଛି ।

ଆଇସିସି ପାକିସ୍ତାନ କ୍ରିକେଟ ବୋର୍ଡକୁ ସରକାରଙ୍କ ନିଷ୍ପତି ନେଇ ପୂର୍ନବିଚାର କରିବା ପାଇଁ କୁହାଯାଇଛି । ପାକିସ୍ତାନ ଓହରିଲେ ଏହା ପରୋକ୍ଷରେ ସମସ୍ତଙ୍କର କ୍ଷତି ଘଟାଇବ । ଏପରିକି ପିସିବି ଉପରେ ଗମ୍ଭୀର ସଙ୍କଟ ଆସିପାରେ ବୋଲି ଆଇସିସି ଚେତାଇ ଦେଇଛି । ପାକିସ୍ତାନ ମ୍ୟାଚରୁ ଓହରିଗଲେ ଏହାର ରନରେଟ ମଧ୍ୟ ପ୍ରଭାବିତ ହେବ । ଯାହାକି ଆଗକୁ ତାଙ୍କୁ ଅସୁବିଧାରେ ପକାଇବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି ।

Leave A Reply

Your email address will not be published.