Latest Odisha News

BREAKING NEWS

ଏହି ଦେଶର ସମସ୍ତ ବାସିନ୍ଦା ଅଷ୍ଟ୍ରେଲିଆକୁ ହେବେ ସ୍ଥାନାନ୍ତରିତ

ନୂଆଦିଲ୍ଲୀ: ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏକ ଛୋଟ ଦେଶର ସମସ୍ତ ବାସିନ୍ଦା ଅଷ୍ଟ୍ରେଲିଆକୁ ସ୍ଥାନାନ୍ତରିତ ହେବେ । ପ୍ରଶାନ୍ତ ମହାସାଗର କୂଳରେ ତୁୱାଲୁ ନାମକ ଏକ ଦେଶ ରହିଛି । ଏହା ଏକ ଦ୍ୱୀପ । ସମୂଦ୍ରର ସ୍ତର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଷ୍ଟ୍ରେଲିଆ ସରକାର ଏହି ପ୍ରସ୍ତାବ ଦେଇଛି । ଏଠାରେ ୧୧ ହଜାର ବାସିନ୍ଦା ରହୁଛନ୍ତି । ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ସ୍ଥାନ ସମୂଦ୍ରରେ ଲୀନ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ତୁୱାଲୁ ଏବେ ସମୂଦ୍ରରୁ ୨ ମିଟର ଉପରେ ରହିଛି । ଏଠାରେ ଅଧିକାଂଶ ସମୟ ବିପଦ ଲାଗି ରହିଛି । ଏହାର ୯ଟି ଦ୍ୱୀପରୁ ୨ଟି ସମୂଦ୍ରରେ ଲୀନ ହୋଇ ସାରିଛି ।

୨୦୨୩ରେ ଅଷ୍ଟ୍ରେଲିଆ ଓ ତୁୱାଲୁ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହା ଅନୁସାରେ ପ୍ରତ୍ୟେକ ବର୍ଷ ୨୮୦ ଜଣଙ୍କୁ ଅଷ୍ଟ୍ରେଲିଆରେ ରହିବା ପାଇଁ ସରକାରୀସ୍ତରରେ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମ ବ୍ୟାଚ ଅଷ୍ଟ୍ରେଲିଆରେ ରହି ସାରିଛନ୍ତି । ତୁୱାଲୁର ପ୍ରଧାନମନ୍ତ୍ରୀଙ୍କୁ ଅଷ୍ଟ୍ରେଲିଆରେ କେଉଁ ପଦବୀ ପ୍ରଦାନ କରାଯିବ ତାହା ସ୍ପଷ୍ଟ ହୋଇପାରିନି । ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନୀ ୱାଙ୍ଗ ସ୍ପଷ୍ଟ ଭାବେ ତୱାଲୁର ପ୍ରଧାନମନ୍ତ୍ରୀ ଫେଲେତୋ ତିୟୋଙ୍କୁ ସମସ୍ତ ପ୍ରକାର ଆଶ୍ୱସନା ପ୍ରଦାନ କରିଛନ୍ତି ।

Comments are closed.