ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ହଠାତ ଅମ୍ପାୟର ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ପରୀକ୍ଷଣ କରିବା ଆରମ୍ଭ କରିଛନ୍ତି । ଇତି ମଧ୍ୟରେ ଅମ୍ପାୟର ଶିମରେନ ହେଟମେୟର, ଫିଲ ସଲ୍ଟ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ ପଡିଆରେ ଦେଖି ସାରିଛନ୍ତି । ଡ୍ରେସିଂରୁମରେ ଯେଉଁ କାର୍ଯ୍ୟ ହେଉଥିଲା ତାହା ଏବେ ପଡିଆରେ ହେବା ପଛରେ କାରଣ ରହିଛି । ବିସିସିଆଇ ଏହି ଅଧିକାର ଅମ୍ପାୟରଙ୍କୁ ପ୍ରଦାନ କରିଛି । ନିୟମ ଅନୁସାରେ ଡ୍ରେସିଂରୁମରେ ଅମ୍ପାୟରଙ୍କ ନିକଟରେ ଖେଳାଳିଙ୍କ ବ୍ୟାଟ ପରୀକ୍ଷଣ କରାଯାଇଥାଏ । ରିପୋର୍ଟ ମୁତାବକ କେତେକ ବ୍ୟାଟ୍ସମ୍ୟାନ ପରୀକ୍ଷଣ କରାଯାଇଥିବା ବ୍ୟାଟ ପରିବର୍ତେ ଅନ୍ୟ ଗୋଟିକରେ ଖେଳିବା ଆସିଥାନ୍ତି । ଯାହା ବେନିୟମ କାର୍ଯ୍ୟ ।
ଆଇସିସି ବ୍ୟାଟ ପାଇଁ ଯେଉଁ ଲମ୍ବ, ଚୌଡା ସମେତ ମଧ୍ୟ ଭାଗର ଅଂଶ ଓ ଧାର ପାଇଁ ନିୟମ ଧାର୍ଯ୍ୟ କରିଛି । ଏଥିରେ ବ୍ୟତିକ୍ରମ ହେଇଥିବା ଅମ୍ପାୟର ଅନୂଭବ କଲେ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ଚେକ କରିପାରିବ । ବିସିସିଆଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନି ଯେ, କେଉଁ ବ୍ୟାଟ୍ସମ୍ୟାନ ନିୟମ ଉଲ୍ଲଂଘନ କରିଛି । ଚଳିତ ସିଜନରେ ଏ ପର୍ଯ୍ୟନ୍ତ ୫୨୫ ଛକା ମରାଯାଇ ସାରିଛି । ନିକୋଲସ ପୂରନ ଏକାକୀ ୩୧ ଛକା ମାରିଛନ୍ତି । ବିସିସିଆଇର ଏହି ପଦକ୍ଷେପକୁ ପସନ୍ଦ କରାଯାଉଛି । ଏହା ଦ୍ୱାରା ଖେଳ ନିୟମ ମୁତାବକ ଖେଳାଯାଇ ପାରୁଛି ।
Comments are closed.