Latest Odisha News

BREAKING NEWS

ଦୁଇ ଦେଶ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ଅବସର ନେବେ ଡେଭିଡ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ ଅବସରରେ ନାମ୍ବିଆ ଅଲରାଉଣ୍ଡର ଡେଭିଡ ୱେଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତି ନେଇଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ୧୨ ବଲରୁ ୨ ଚୌକା ଓ ୨ଛକା ସହାୟତାରେ ୨୭ ରନ କରିଥିଲେ । ବୋଲିଂରେ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ । ଡେଭିଡ ବିଧିବଦ୍ଧ ଭାବେ ଅବସର ଘୋଷଣା କରି ନ ଥିଲେ ମଧ୍ୟ ମ୍ୟାଚ ପରେ ତାଙ୍କୁ ଯେଉଁ ଭଳି ଭାବେ ସାଥୀ ଖେଳାଳିମାନେ ଭେଟିଥିଲେ ଏଥିରୁ ଏହା ଅନୁମାନ କରାଯାଉଛି । ସେ ୨୦୧୫ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଟି୨୦ ପଦାର୍ପଣ କରିଥିଲେ ।

ସେ ୧୫ ଦିନିକିଆ ଓ ୨୪ ଟି୨୦ ମ୍ୟାଚ ଖେଳିଥିଲେ । ଏହା ପରେ ଏବେ ନାମ୍ବିଆ ପକ୍ଷରୁ ଖେଳୁଥିଲେ । ସେ ନାମ୍ବିଆ ପକ୍ଷରୁ ୯ ଦିନିକିଆ ମ୍ୟାଚ ଖେଳି ୨୨୮ ରନ କରିବା ସହ ୬ ୱିକେଟ ନେଇଛନ୍ତି । ସେହିପରି ୩୪ ଟି୨୦ରେ ୫୨୮ ରନ ଏବଂ ୩୫ ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.