Latest Odisha News

ସ୍ୱାମୀର ଗୁଳିମାଡରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର

କଳାହାଣ୍ଡି: ଦେଶୀ ବନ୍ଧୁକରୁ ଗୁଳିଫୁଟି ଜଣେ ମୃତ, ଜଣେ ଗୁରୁତର। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରରପୁ କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ଜେମା ଦେଇ ମାଝୀ । ଜେମାଙ୍କ ଝିଅ ବିଦ୍ୟା ମାଝୀ ବୁର୍ଲା ମେଡିକାଲରେ ଭର୍ତ୍ତି ଅଛନ୍ତି। ଅଭିଯୁକ୍ତ ବନ ମାଝୀଙ୍କୁ ଅଟକ ରଖି ପୋଲିସର ପଚରା ଉଚରା ଜାରି ରିଖିଛି।

ସ୍ୱାମୀ ନିଜ ସ୍ତ୍ରୀକୁ କୌଣସି ପାରିବାରିକ କଳହ କିମ୍ୱା ବଚସା ପାଇଁ ନୁହଁ ବରଂ ଏକ ନିରୀହ ଜୀବକୁ ଗୁଳି କରୁଥିବା ବେଳେ ସ୍ତ୍ରୀ ଦେହରେ ଗୁଳି ବାଜିଥିଲା। ଫଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ ରଣପୁର ଗାଁର ବନ ମାଝୀଙ୍କ ଧାନ ଫସଲକୁ କିଛି ଗାଈ ନଷ୍ଟ କରିଥିଲେ। ଏଥିରେ ବନ ମାଝୀ ରାଗିଯାଇ ଦେଶୀ ବନ୍ଧୁକରେ ଗାଈକୁ ଗୁଳି କରୁଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ଜେମାଦେଇ ମାଝୀ ଏବଂ ଝିଅ ବିଦ୍ୟା ମାଝୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଦେଶୀ ବନ୍ଧୁକ ଗୁଳି ଫୁଟି ଯାଇ ତାଙ୍କ ସ୍ତ୍ରୀ ଏବଂ ଝିଅ ଦେହରେ ବାଜିଥିଲ ।

ଦୁହେଁ ଗୁରୁତର ହୋଇପଡିଥିବା ବେଳେ ଉଭୟଙ୍କୁ ପ୍ରଥମେ ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଜେମାଦେଇ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ବର୍ତ୍ତମାନ ଏହି ଘଟଣା ସାରା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.