କେନ୍ଦୁଝର : ବାରହା ଶିକାର କରି ମାଂସ ବିକ୍ରି କରୁଥିବା ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଗୋନାସିକା ଗ୍ରାମରୁ ଏହି ୩ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ଠାରୁ ଏକ କିଲୋ ମାଂସ ସହିତ ଛୁରୀ ଓ ଟାଙ୍ଗିଆ ମଧ୍ୟ ଜବତ କରିଛି ବନ ବିଭାଗ । ଅଟକ ବ୍ୟକ୍ତି ମାନେ ହେଲେ ସାଧବ, ଜୟଦେବ ଓ ନିଶାକର ଜୁଆଙ୍ଗ । ସେମାନେ ଗୁପ୍ତଗଙ୍ଗା ଜଙ୍ଗଲରୁ ବଣୁଆ ବାରହା ଶିକାର କରି ବିକ୍ରି କରୁଥିବା ବେଳେ ଧରା ପଡିଥିଲେ । ସେମାନଙ୍କୁ ବନ ବିଭାଗ ଅଟକ ରଖି ପଚରା ଉଚରା କରୁଥିବା ବେଳେ, ବାରହା ଲୋମ, ରକ୍ତ ଆଦି ଜବତ୍ କରାଯାଇଛି । ଏହାର ଫରେନ୍ସିକ ଯାଞ୍ଚ ପାଇଁ ଭୁବନେଶ୍ବର ପଠାଯିବ । ଦୋଷ ପ୍ରମାଣିତ ହେଲେ ଆଇନ ଅନୁସାରେ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡାଦେଶ ବ୍ୟବସ୍ଥା ରହିଛି ବୋଲି ରେଞ୍ଜ ଅଧିକାରୀ ମାନସ ମୁର୍ମୁ କହିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.