କେନ୍ଦୁଝର : ବାରହା ଶିକାର କରି ମାଂସ ବିକ୍ରି କରୁଥିବା ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଗୋନାସିକା ଗ୍ରାମରୁ ଏହି ୩ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ଠାରୁ ଏକ କିଲୋ ମାଂସ ସହିତ ଛୁରୀ ଓ ଟାଙ୍ଗିଆ ମଧ୍ୟ ଜବତ କରିଛି ବନ ବିଭାଗ । ଅଟକ ବ୍ୟକ୍ତି ମାନେ ହେଲେ ସାଧବ, ଜୟଦେବ ଓ ନିଶାକର ଜୁଆଙ୍ଗ । ସେମାନେ ଗୁପ୍ତଗଙ୍ଗା ଜଙ୍ଗଲରୁ ବଣୁଆ ବାରହା ଶିକାର କରି ବିକ୍ରି କରୁଥିବା ବେଳେ ଧରା ପଡିଥିଲେ । ସେମାନଙ୍କୁ ବନ ବିଭାଗ ଅଟକ ରଖି ପଚରା ଉଚରା କରୁଥିବା ବେଳେ, ବାରହା ଲୋମ, ରକ୍ତ ଆଦି ଜବତ୍ କରାଯାଇଛି । ଏହାର ଫରେନ୍ସିକ ଯାଞ୍ଚ ପାଇଁ ଭୁବନେଶ୍ବର ପଠାଯିବ । ଦୋଷ ପ୍ରମାଣିତ ହେଲେ ଆଇନ ଅନୁସାରେ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡାଦେଶ ବ୍ୟବସ୍ଥା ରହିଛି ବୋଲି ରେଞ୍ଜ ଅଧିକାରୀ ମାନସ ମୁର୍ମୁ କହିଛନ୍ତି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.