ସୋସିଆଲ ମିଡିଆରେ ଅନେକ ବିବାହ ବେଳର ଅଜବ ଭିଡ଼ିଓ ଭାଇରାଲ ହୋଇଥାଏ । ଠିକ୍ ଏହିପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ବିବାହ ମଣ୍ଡପରେ ଗୋଟେ ମାଙ୍କଡ଼ କେମିତି ବର ଏବଂ କନ୍ୟାଙ୍କୁ ହଇରାଣ କରୁଛି । ଏହାକୁ ନେଇ ବରକନ୍ୟା ଓ ଉପସ୍ଥିତ ଲୋକେ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ବିବାହର ରୀତିନୀତି ଚାଲିଥିବା ସମୟରେ ମାଙ୍କଡ଼ଟି ଏପରି ଅତର୍କିତ ଉତ୍ପାତ କରିଥିଲା ।
ଭିଡ଼ିଓରେ ଦେଖିବାକୁ ମିଳିଛି, ଏକ ମଣ୍ଡପରେ ତେଗୁଲୁ ସମ୍ପଦାୟର ଏକ ବିବାହ ଆୟୋଜିତ ହେଉଛି । ବ୍ରାହ୍ମଣ ମନ୍ତ୍ର ପଡ଼ୁଥିବା ବେଳେ ବର-କନ୍ୟା ଉଭୟଙ୍କ ମୁଣ୍ଡରେ ଚାଉଳ ପକାଉଥିଲେ । ହଠାତ୍ ଗୋଟେ ମାଙ୍କଡ଼ ଆସି ବର କାନ୍ଧରେ ବସି ପଡ଼ିଥିଲା । ଏହା ଦେଖି ବର ଚିତ୍କାର କରିବା ସହ କନ୍ୟା ବି ଚିତ୍କାର କରିବାକୁ ଲାଗିଥିଲେ । ମାଙ୍କଡ଼କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଲେ । ଯେତେ ହୁଡ଼େଇଲେ ବି ସେ ଯାଇ ନ ଥିଲା । କିଛି ସମୟ ପରେ ମାଙ୍କଡ଼ଟି ନିଜ ଇଛାରେ ଓହ୍ଲାଇ ଚାଲିଯାଇଥିଲା । ମାଙ୍କଡ଼ଟିର ଏପରି ଉତ୍ପାତ ଯୋଗୁ ବିବାହ ଉତ୍ସବ ପୁରା ଫିକା ପଡ଼ିଯାଇଥିଲା
Comments are closed.