Latest Odisha News

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସାମୀଙ୍କ ସ୍ଥାନ ନେଇ ପାରନ୍ତି ଆକାଶଦୀପ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ସିରିଜରେ ଭାରତର ଯୁବ ପେସ ବୋଲର ଆକାଶଦୀପଙ୍କ ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଘରୋଇ କ୍ରିିକେଟ ପରେ ଏବେ ସେ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ପ୍ରଭାବିତ କରୁଛନ୍ତି । ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଆକାଶଦୀପ ଟିମ ଇଣ୍ଡିଆରେ ସ୍ଥାନ ବଜାୟ ରଖିବେ ବୋଲି ଆଶା କରାଯାଉଛି । ନାଲି ବଲରେ ତାଙ୍କ ବୋଲିଂ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଉଛି । ଆକାଶଦୀପ ଏବେ ମହମ୍ମଦ ସାମୀଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ଦିନିକିଆ ବିଶ୍ୱକପ ପରେ ସାମୀ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ସେ ଆଘାତପ୍ରାପ୍ତ ଥିଲେ ଏବଂ ତାଙ୍କ ଅସ୍ତ୍ରୋପଚାର ମଧ୍ୟ ହୋଇଛି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ସାମୀଙ୍କୁ ଫର୍ମ ଓ ଫିଟନେସ ପ୍ରମାଣ କରିବାକୁ ପଡିବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ସାମୀଙ୍କୁ ରଣଜୀ ଟ୍ରଫିରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଏହି ସବୁ ଦୃଷ୍ଟିକୋଣରୁ ବିଚାର କଲେ ଆକାଶଦୀପଙ୍କ ପଲା ଭାରୀ ରହିଛି ।

Leave A Reply

Your email address will not be published.