Latest Odisha News

ପାକିସ୍ତାନ ହାତରୁ ଯାଇପାରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର

ମୁମ୍ବାଇ: ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳାଯିବ । ତେବେ ପାକିସ୍ତାନ ଯିବାକୁ ଭାରତ ମନା କରିବା ପରେ ଏବେ ପିସିବି ଅଡୁଆରେ ପଡିଯାଇଛି । ଏପରିକି ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ହାତରୁ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର ଯିବା ଆଶଙ୍କା ସୃଷ୍ଟି ହୋଇଛି । ପାକିସ୍ତାନ ବଦଳରେ ଶ୍ରୀଲଙ୍କା କିମ୍ବା ଦୁବାଇରେ ଏହାକୁ ଆୟୋଜନ କରାଯାଇପାରେ । କଲମ୍ବୋରେ ୧୯ ଜୁଲାଇରେ ହେବାକୁ ଥିବା ଆଇସିସି ବୈଠକରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ । ଶ୍ରୀଲଙ୍କା ବୋର୍ଡର ଜନୈକ ଅଧିକାରୀ କହିଛନ୍ତି ବିସିସିଆଇ ସହ ମୁହାଁମୁହିଁ ହେବା ଯୋଗୁ ପିସିବି ହାତରୁ ଏହାର ଆୟୋଜନ ଅଧିକାର ଯିବା ନିଶ୍ଚିତ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବୋର୍ଡ ମଧ୍ୟ ଭାରତ ସପକ୍ଷରେ ରହିଛନ୍ତି ।

୧୯୯୬ ପରେ ପାକିସ୍ତାନକୁ ଆଇସିସିର ଟୁର୍ଣ୍ଣାମେଂଟ ଆୟୋଜନ କରିବା ଅଧିକାର ମିଳିଥିଲା । ନିକଟରେ ଭାରତ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇବା ପରେ ପିସିବି ଏକ ୧୫ ମ୍ୟାଚର ଏକ ଡ୍ରାଫ୍ଟ ଆଇସିସି ନିକଟକୁ ପଠାଇଥିଲା । ପିସିବି ଭାରତର ସମସ୍ତ ମୁକାବିଲା ଲାହୋର କରିବା ବୋଲି ପ୍ରସ୍ତାବ ଦେଇଥିଲା । ଚାମ୍ପିୟନ୍ସ ଟ୍ରଫିରେ ୮ଟି ଅଂଶଗ୍ରହଣ କରୁଛନ୍ତି । ୨ଟି ଗ୍ରୁପରେ ଏମାନଙ୍କୁ ଭାଗ କରାଯାଇଛି । ଭାରତ ଗ୍ରୁପ ଏରେ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ସହିତ ରହିଛି । ଗ୍ରୁପ ବିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଆଫଗାନିସ୍ତାନ ରହିଛନ୍ତି ।

Comments are closed.