Latest Odisha News

BREAKING NEWS

ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ଯୋଗାଇବ କି ଭାରତ ? ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିଲା ବୈଦଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତୀୟ ବିଦେଶ ମନ୍ତ୍ରାଳୟ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ପ୍ରେସ କନ୍‌ଫରେନ୍ସରେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି, ଅପରେଶନ ଅଜୟ ଅନୁସାରେ, ଆଜି ରାତିରେ ଭାରତୀୟ ବିମାନ ଇସ୍ରାଏଲରେ ପହଞ୍ଚିବ । କାଲି ସକାଳୁ ସକାଳୁ ଭାରତ ଫେରିବ ।

ଇସ୍ରାଏଲରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଅପରେଶନ ଅଜୟ ଲଞ୍ଚ କରାଯାଇଥିଲା । ସେ ଆହୁରି କହିଥିଲେ, ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଚାର୍ଟେଡ ପ୍ଲେନ ବ୍ୟବହାର କରାଯାଉଛି । ଆବଶ୍ୟକ ପଡିଲେ ସରକାର ବାୟୁସେନାର ବିମାନ ବି ବ୍ୟବହାର କରିପାରିବେ । ପ୍ରଥମ ଫ୍ଲାଇଟରେ ୨୩୦ ଜଣ ଭାରତୀୟଙ୍କୁ ସେଠାରୁ ସ୍ୱଦେଶ ଅଣାଯବ । ଏହି ଅବସରରେ  ଭାରତ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଦେବ କି ନାହିଁ ସେ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗ୍ଚିଙ୍କୁ ପଚରା ଯାଇଥିଲା,  ଭାରତ ଇସ୍ରାଏଲକୁ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ସାହାଯ୍ୟ ଦେବ କି ? ଏହାର ଉତ୍ତରରେ ଅରିନ୍ଦମ ବାଗଚି କହିଥିଲେ, ବର୍ତ୍ତମାନ ସୁଦ୍ଧା ଆମ ପାଖକୁ ଏପରି କୌଣସି ଅନୁରୋଧ ଆସିନାହିଁ । ଆମେ ମଧ୍ୟ ଏପରି କୌଣସି ସାହାଯ୍ୟ ଦେଉନାହୁଁ । ବର୍ତ୍ତମାନ ଆମର ମୁଖ୍ୟ ଫୋକସ ରହିବ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ କିପରି ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରାଯିବ ।

ତେବେ ପାଲେଷ୍ଟାଇନକୁ ନେଇ ଭାରତର ଆଭମୁଖ୍ୟ ଗୋଟିଏ  । ହମାସ ଦ୍ୱାରା ହେଉଥିବା ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ଭାବେ ଦେଖାଯାଉଛି । ସେ ଏକଥା ମଧ୍ୟ କହିଥିଲେ, ପାଲେଷ୍ଟାଇନକୁ ନେଇ ଭାରତର ପଲିସି ଦୀର୍ଘ ସମୟ ଧରି ଗୋଟିଏ ରହିଛି ଏବଂ ରହିବ । ଭାରତ ସବୁବେଳେ ଆଲୋଚନା ମାଧ୍ୟମରେ ସ୍ୱାଧୀନ ଏବଂ ଅଖଣ୍ଡ ପାଲେଷ୍ଟାଇନ ଗଠନ ପାଇଁ କହି ଆସୁଛି । ଏବେ ଭାରତ ଏହି ଆଭିମୁଖ୍ୟକୁ ନେଇ ଦୃଢ ବୋଲି ସେ କହିଥିଲେ ।

Comments are closed.