Latest Odisha News

BREAKING NEWS

ପାକିସ୍ତାନରେ ପଟ୍ଟ ପରିବର୍ତନ, ସୁଧୁରିବ କି ଭାରତ ସହିତ ସମ୍ପର୍କ ?

ନୂଆଦିଲ୍ଲୀ: ଶନିବାର ବିରୋଧୀ ଏକାଠି ହୋଇ ପାକିସ୍ତାନର ଇମ୍ରାନ ସରକାରକୁ ଗାଦିଚ୍ୟୁତ କରାଇଛନ୍ତି। ଏବେ ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବିଏମଏଲଏନର ନେତା ଶାହବାଜ ସରିଫ । ଆଜି ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ନାମାଙ୍କନ ଭରିବେ । ତେଣୁ ପାକିସ୍ତାନର ନୂଆ ସରକାର ସହିତ ଭାରତର ସମ୍ପର୍କ କିଭଳି ରହିବ ତାକୁନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ପାକିସ୍ତାନ ମୁସଲିମ ଲିଗ୍-ନୱାଜର ସଭାପତି ଶାହବାଜ ସରିଫ ସୋମବାର ପ୍ରଧାନମନ୍ତ୍ରୀ ପଦ ପାଇଁ ମିଳିତ ପ୍ରାର୍ଥୀ ହେବେ। ଏଭଳି ପରିସ୍ଥିତିରେ ଶାହବାଜ ସରିଫ । ସରିଫଙ୍କ ସହଯୋଗୀ ଶାହବାଜ ସାମିହୁଲା ଖାନ କହିଛନ୍ତି ଯେ ଶାହାବାଜ ଭାରତ ପାଇଁ ଏକ ନୂଆ ନୀତି ପ୍ରସ୍ତୁତ କରିବେ। ସେ କହିଛନ୍ତି, “ଶାହାବାଜଙ୍କ ନେତୃତ୍ୱରେ ପାକିସ୍ତାନ ଭାରତ ସହ ଏକ ନୂଆ ନୀତି ଆପଣେଇବ। ଇମ୍ରାନ ଖାନ ସରକାରରେ ଭାରତ ପ୍ରତି କୌଣସି ନୀତି ନଥିଲା। ଏହି କାରଣରୁ ଭାରତ କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ଛଡ଼ାଇ ନେଇଛି।”

ଅନ୍ତର୍ଜାତୀୟ ରାଜନୀତିକ ବିଶେଷଜ୍ଞ ଡକ୍ଟର ହାସନ ଆସ୍କାରି କହିଛନ୍ତି ଯେ ପାକିସ୍ତାନ ଏବଂ ଭାରତ ପ୍ରଥମେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ କରିବା ଉଚିତ । ଯାହାକି ୨୦୧୪ ପାଖରୁ ଭାରତ ସ୍ଥଗିତ ରଖିଛି । କାରଣ ଉଭୟ ଦେଶ କଥାବାର୍ତ୍ତା ଆରମ୍ଭ ନକରିବା ପର୍ୟ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇପାରିବ ନାହିଁ। ସେ କହିଛନ୍ତି, “ଯେହେତୁ ଭାରତ ଏହି ଆଲୋଚନାକୁ ସ୍ଥଗିତ ରଖିଛି, ତେଣୁ ଏହାକୁ ପୁନର୍ବାର ଆରମ୍ଭ କରିବା ଭାରତର ଦାୟିତ୍ୱ। ପାକିସ୍ତାନର କୌଣସି ସରକାର ଏହି ଆଲୋଚନାକୁ ବିରୋଧ କରିନାହାନ୍ତି।”

୨୦୧୮ରେ ଇମ୍ରାନ ଖାନ କ୍ଷମତାକୁ ଆସିବା ପରେ ସେ ଭାରତ ସହ ସମ୍ପର୍କ ମଜବୁତ କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଯାଇଥିଲା। ଆଉ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୁର୍ବଳ ହେବାରେ ଲାଗିଲା। ଏହାପରେ ଯେତେବେଳେ କେନ୍ଦ୍ରର ମୋଦୀ ସରକାର କଶ୍ମୀରରୁ ଧାରା ୩୭୦ କୁ ହଟାଇ ଦେଲେ ଏହା ପାକିସ୍ତାନରେ ଏକ ବଡ ଅସନ୍ତୋଷକୁ ପୁଞ୍ଜିଭୂତ କରିଥିଲା। ଯାହା ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଥିଲା।

ଦୁଇ ଦେଶ ମଧ୍ୟରେ ବଢିଥିବା ଖରାପ ସମ୍ପର୍କ ପଛରେ ପାକିସ୍ତାନର ବୈଦେଶିକ ନୀତି ଖରାପ ବୋଲି ଶାହାବାଜ କହିଥିଲେ । ଏପରି କହି ସେ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଥିଲେ। ଏପରି କରି ପାକିସ୍ତାନର ବୈଦେଶିକ ନୀତିକୁ ଇମ୍ରାନ କ୍ଷତି ପହଞ୍ଚାଇଥିବା କହିଥିଲେ ସରିଫ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବାର ବଡ କାରଣ ମଧ୍ୟ ହୋଇପାରେ ଯେ ନୱାଜ ସରିଫଙ୍କ ଭାରତର ସମ୍ପର୍କ ସର୍ବଦା ଭଲ ରହିଛି। ପିଏମଏଲ-ଏନର ସମସ୍ତ ରାଜନୀତିକ ନିଷ୍ପତ୍ତି ଆଜି ମଧ୍ୟ ନୱାଜ ସରିଫ ନେଉଛନ୍ତି। କିନ୍ତୁ ପାକିସ୍ତାନରେ କ୍ଷମତା ସେନା ହାତରେ ରହିଛି । ଯେଉଁ ସେନା ଇମ୍ରାନ ଖାନଙ୍କୁ ଆଣି କ୍ଷମତାରେ ବସାଇଥିଲା ସେହି ସେନା ଇମ୍ରାନ ସରକାରକୁ ବିଦା କରିବା ପଛରେ ରହିଛି । ତେଣୁ ଏପରି ସ୍ଥିତିରେ ସେନା ହାତରେ ଦେଶର କମାଣ ପରୋକ୍ଷରେ ରହିଥିବାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ସୁଧାର ଆସିବା ସମ୍ଭାବନା କମ୍ ବୋଲି କୁହାଯାଉଛି।

Comments are closed.