Latest Odisha News

ଅନକ୍ୟାପେଡ ଖେଳାଳି ଭାବେ ଧୋନୀଙ୍କୁ ରିଟେନ କରାଯାଇପାରେ

ଚେନ୍ନାଇ: ଆଇପିଏଲ ୨୦୨୫ ସଂସ୍କରଣ ପୂର୍ବରୁ ମେଗା ନିଲାମ ହେବ । ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏଥର ଖେଳିବେ କି ନାହିଁ ସସ୍ପେନ୍ସ ଲାଗି ରହିଛି । ତେବେ ଧୋନୀଙ୍କୁ ଅନକ୍ୟାପେଡ ଖେଳାଳି ଭାବେ ଚେନ୍ନାଇ ଟିମରେ ରିଟେନ କରିପାରେ । ତେବେ ଏଥିପାଇଁ ବିସିସିଆଇର ଏକ ପୂରୁଣା ନିୟମ ଉପରେ ଏହା ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ । ଏହା ଲାଗୁ ହେଲେ ଧୋନୀଙ୍କୁ ୪ କୋଟି ଟଙ୍କାରେ ଚେନ୍ନାଇ ଟିମ ରଖିପାରିବ । ପୂର୍ବ ବୈଠକରେ ବିସିସିଆଇ ଓ ଫ୍ରାଂଚାଇଜଙ୍କ ମଧ୍ୟରେ ଖେଳାଳିଙ୍କ ରିଟେନଶେନ ନେଇ ଆଲୋଚନା ହୋଇଥିଲା । କିଛି ଦିନ ତଳେ ଧୋନୀ କହିଥିଲେ ମୋ ଖେଳିବା ସମ୍ପୂର୍ଣ୍ଣ ଭାବେ ବିସିସିଆଇର ନିଷ୍ପତି ଉପରେ ନିର୍ଭର କରିବ ।

ଧୋନୀ ୧୫ ଅଗଷ୍ଟ ୨୦୨୦ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଗତ ସିଜନରେ ଧୋନୀଙ୍କୁ ୧୫ କୋଟି ବଦଳରେ ୧୨ କୋଟି ଟଙ୍କାରେ ରିଟେନ କରାଯାଇଥିଲା । ଧୋନୀ ତାଙ୍କ ଅର୍ଥ କମ କରିବା ପାଇଁ ଫ୍ରାଂଚାଇଜଙ୍କୁ ଅନୁରୋଧ କରିଥିଲେ । ଧୋନୀ ଏ ପର୍ଯ୍ୟନ୍ତ ଆଇପିଏଲରେ ୧୭ ସିଜନରେ ୨୬୪ ମ୍ୟାଚ ଖେଳିଛନ୍ତି । ସେ ୨୪ ଅର୍ଦ୍ଧଶତକ ସହାୟତାରେ ୫୨୪୩ ରନ କରିଛନ୍ତି । ଏଥର ଆଇପିଏଲ ନିଲାମରେ ଅଧିକାଂଶ ଫ୍ରାଚାଇଜଙ୍କ ଟିମ ରୂପରେଖ ବଦଳିଯିବ ବୋଲି ଆଶା କରାଯାଉଛି ।

Comments are closed.