ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ସେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ, ଏଥର ମଧ୍ୟ ସେ ସେପରି କରିପାରନ୍ତି ବୋଲି କେତେକ ରାଜନୈତିକ ବିଶ୍ଳେଷକ ଅନୁମାନ କରୁଛନ୍ତି, ଯେଉଁଥିରେ ପୁରୀ ଆସନଟି ଅନ୍ୟତମ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପୁରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ।
ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ହିଞ୍ଜିଳି ବ୍ୟତୀତ ପୁରୀକୁ ବାଛିପାରନ୍ତି। ପରିକ୍ରମା ପ୍ରକଳ୍ପ କାମ ଜୋରସୋରରେ ଚାଲିଥିବା ବେଳେ ଡିସେମ୍ବରରେ ଶେଷ ହେବ ବୋଲି ଆଶା କରାଯାଉଛି। ପୁରୀରେ ଆହୁରି ଅନେକ ଭିତ୍ତିଭୂମି କାମ ଚାଲିଛି। ସେହିପରି ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି, ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି।
ବିଜେଡି ନେତା ତଥା ବରିଷ୍ଠ ଦଇତାପତି ସେବାୟତ ଡ, ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ନବୀନ ପଟ୍ଟନାୟକ ଯଦି ଜଗନ୍ନାଥ ଧାମରୁ ନିର୍ବାଚନ ଲଢ଼ିବେ ତେବେ ଦଳମତ ନିର୍ବିଶେଷରେ ଲୋକେ ତାଙ୍କୁ ସମର୍ଥନ କରିବେ ବୋଲି ସେ କହିଛନ୍ତି।
ପୁରୀ ସବୁବେଳେ ବିଜେଡି ଫୋକସରେ ରହିଛି। ଶାସକ ଦଳର ପ୍ରତିଷ୍ଠା ଦିବସ ଅବସରରେ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାୟାଇଛି। ଏହାବ୍ୟତୀତ ପୁରୀ ଲୋକସେବା ଭବନ ବାହାରେ ମଧ୍ୟ କ୍ୟାବିନେଟ ବୈଠକର ଆୟୋଜନ କରାଯାଇଛି। ଖାଲି ସେତିକି ନୁହେଁ, ରାଜ୍ୟରେ ଚାଷୀଙ୍କ ପାଇଁ ସବୁଠାରୁ ବଡ ଯୋଜନା- ‘କାଳିଆ’ ଯୋଜନା ମଧ୍ୟ ୨୦୧୯ ନିର୍ବାଚନ ପୂର୍ବରୁ ପୁରୀରୁ ଆରମ୍ଭ ହୋଇଥିଲା।
ତେବେ ପୁରୀରେ ବିଜେପିର ସାଂଗଠନିକ ସ୍ଥିତି ସୁଦୃଢ ହୋଇଛି। ଗତ ନିର୍ବାଚନରେ ପୁରୀ ଓ ବ୍ରହ୍ମଗିରି ଆସନରେ ଗେରୁଆ ଦଳ ବିଜୟୀ ହୋଇଥିଲା। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ କଡ଼ା ଟକ୍କର ଦେଇଥିଲେ। ସମ୍ବିତ ମଧ୍ୟ ନିୟମିତ ଭାବେ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କକୁ ଜୋରଦାର କରୁଛନ୍ତି।
ରାଜନୈତିକ ବିଶେଷଜ୍ଞଙ୍କ ମତରେ ପୁରୀରେ ବିଜେପିର ବଢୁଥିବା ସଂଗଠନକୁ ଚେକ୍ ଦେବା ପାଇଁ ବିଜେଡି ନବୀନ କାର୍ଡ ଖେଳିପାରେ। ଏହା ବ୍ୟତୀତ ଧାର୍ମିକ ଗୁରୁତ୍ୱ ରଖୁଥିବା ଅଞ୍ଚଳରୁ ନିର୍ବାଚନ ଲଢି ନବୀନ ତାଙ୍କ ଭାବମୂର୍ତ୍ତିକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିପାରନ୍ତି।
ରାଜନୈତିକ ବିଶ୍ଳେଷକ କହିଛନ୍ତି ଯେ, ପୁରୀରେ ବିଜେପିକୁ ଚେକମେଟ୍ କରିବା ବିଜେଡିର ଏକ ରଣନୀତି ବୋଲି ମନେ ହେଉଛି। ସରକାର ସହରରେ ଅନେକ ବିକାଶମୂଳକ କାମ ହାତକୁ ନେଇଛନ୍ତି, ତାହାକୁ ସେମାନେ ନଗଦ ଆକାରରେ ନେବାକୁ ଚେଷ୍ଟା କରିବେ।
ସେପଟେ ପୁରୀ ବିଧାୟକ ତଥା ବିଜେପି ନେତା ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିପାରନ୍ତି।
ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ଯେ, ଯଦି ନବୀନ ପଟ୍ଟନାୟକ ପୁରୀରୁ ପ୍ରାର୍ଥୀ ହୁଅନ୍ତି ତେବେ ସେମାନଙ୍କର କୌଣସି ଚିନ୍ତା ନାହିଁ। ତେବେ ପୁରୀବାସୀଙ୍କ ଆତ୍ମସମ୍ମାନ ରହିଛି ଏବଂ ସେମାନେ ବହୁତ ଚତୁର। ସେମାନେ କେବେ ବି ଚାହିଁବେ ନାହିଁ ଯେ, ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ଯେଉଁ ବ୍ୟକ୍ତିଙ୍କୁ ପାଇବେ ନାହିଁ, ତାଙ୍କୁ ବିଧାୟକ ଭାବେ ବାଛିବେ।
Comments are closed.