Latest Odisha News

୭ ଦିନ ମଧ୍ଯରେ ଆସିବ ନୂଆ ଆଇନ, ଅଭିଯୁକ୍ତଙ୍କୁ ମିଳିବ ଫାଶି ଦଣ୍ଡ: ମମତା

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦିନକୁ ଦିନ ବିକ୍ଷୋଭ ଜୋରଦାର ହେବାରେ ଲାଗିଛି।

ବିଦ୍ରୋହ ବଢୁଥିବାରୁ ଏହି ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏପରିକି ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ ସରକାର କରିବେ ବୋଲି ଜଣାପଡିଛି।

ସେଥିପାଇଁ ଆସନ୍ତା ସପ୍ତାହରେ ରାଜ୍ୟରେ ଲାଗୁ ହେବ ନୂଆ ଆଇନ। ଏଥିରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅପରାଧର ୭ ଦିନ ଭିତରେ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। “ଫାଶୀ ଦଣ୍ଡ ଦାବିରେ ମୁଁ ସମସ୍ତ ବ୍ଲକକୁ ଅଗଷ୍ଟ ୩୧ରେ ବିକ୍ଷୋଭ କରିବାକୁ ଆହ୍ୱାନ ଦେଉଛି” ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

Comments are closed.