ମୁମ୍ବାଇ: ଭାରତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରି ତୃତୀୟ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି । ତେବେ ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ପାଇଁ କୋଚ ରାହୁଲ ଡ୍ରାଭିଡଙ୍କୁ ଏବେ ସମସ୍ତ ଶ୍ରେୟ ଯାଉଛି । ପ୍ରଥମେ ତାଙ୍କ କୋଚିଂ ଶୈଳୀକୁ ନାପସନ୍ଦ କରାଯାଉଥିଲା । ବିଶ୍ୱକପରେ ଭାରତ ଭଲ ପ୍ରଦର୍ଶନ କରିବା ପରେ ସମସ୍ତେ ତାଙ୍କ ପ୍ରତି ଢ଼ଳିଛନ୍ତି । ଡ୍ରାଭିଡ କିମ୍ବା ବିସିସିଆଇ ପକ୍ଷରୁ ତାଙ୍କ କାର୍ଯ୍ୟକାଳ ବଢ଼ିବା ସମ୍ପର୍କରେ କୌଣସି ଆଲୋଚନା ହୋଇନି । ଯେତେଦୂର ସମ୍ଭବ ବିଶ୍ୱକପ ପରେ ଡ୍ରାଭିଡ ତାଙ୍କ ପଦରୁ ସ୍ୱତଃ ଓହରିଯିବେ । ୨୦୨୧ରେ ରବି ଶାସ୍ତ୍ରୀଙ୍କ ବଦଳରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
ବିଶ୍ୱକପ ପରେ ତାଙ୍କ ଚୁକ୍ତି ମିଆଦ ସମ୍ପୂର୍ଣ୍ଣ ହେବ । ରିପୋର୍ଟ ମୁତାବକ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ତାଙ୍କ ବଦଳରେ ଭିଭିଏସ ଲକ୍ଷ୍ମଣଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରାଯାଇପାରେ । ତେବେ ଡ୍ରାଭିଡ କୋଚ ପଦରେ ରହିବେ କି ନାହିଁ ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।
Comments are closed.