ଗାବା: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଗାବାରେ ଖେଳାଯାଉଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୪୫ ରନ ଜବାବରେ ଭାରତ ୪ ୱିକେଟ ହରାଇ ୫୧ ରନ କରି ବିପଦରେ ପଡିଛି । କେଏଲ ରାହୁଲ ୩୩ ଓ ରୋହିତ ଶର୍ମା ଖାତା ନ ଖୋଲି ଅପରାଜିତ ରହିଛନ୍ତି । ଶୁଭମନ ଗିଲ ୧, ଯଶସ୍ୱୀ ଜୈସୱାଲ ୪, ବିରାଟ କୋହଲି ୩ ଓ ରିଷଭ ପନ୍ତ ୯ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ବର୍ଷା ଯୋଗୁ ପ୍ରଥମ ଦିବସରେ ୧୩.୨ ଓଭର, ଦ୍ୱିତୀୟ ଦିନ ୮୭.୪ ଓ ତୃତୀୟ ଦିବସରେ ୩୩ ଓଭର ଖେଳାଯିବା ସମ୍ଭବପର ହୋଇଛି । ବର୍ଷା ଯୋଗୁ ଭାରତ ଫାଇଦାରେ ରହିଛି ।
ହାତରେ ଆଉ ୨ ଦିନ ଖେଳ ଥିବାରୁ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ଭାରତର ୧୬ ୱିକେଟର ଆବଶ୍ୟକତା ରହିଛି । ଭାରତ ଜିତିବା ପ୍ରାୟତଃ ସମ୍ଭବପର ନ ଥିବାରୁ ଏବେ ଏହାକୁ ରୋହିତ ଡ୍ର କରିବା ପାଇଁ ଚାହିଁବେ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ ଏହା ଟିମ ଇଣ୍ଡିଆକୁ ଅବଶ୍ୟ ଅଡୁଆରେ ପକାଇପାରେ । କୋହଲିଙ୍କ ବିଫଳତା ପୂନର୍ବାର ଟିମ ଇଣ୍ଡିଆ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଯଶପ୍ରୀତ ବୁମରାହ ବିପକ୍ଷ ଦଳର ୬ଟି ୱିକେଟ ଅକ୍ତିଆର କରିଥିଲେ ।
Comments are closed.